ସିଡିଏ ସହିତ ମିଶ୍ରଣକୁ ବିରୋଧ, ଆଜି ଆଠଗଡ଼ ବନ୍ଦ
ସିଡିଏ ସହିତ ମିଶ୍ରଣକୁ ବିରୋଧ, ଆଜି ଆଠଗଡ଼ ବନ୍ଦ
ଆଠଗଡ଼: କଟକ ଉନ୍ନୟନ ସଂସ୍ଥା(ସିଡିଏ)ରେ ମିଶ୍ରଣକୁ ଜୋରଦାର ବିରୋଧ ହୋଇଛି। ଆଠଗଡ଼ ବ୍ଳକର ୭୧ଟି ପଞ୍ଚାୟତର ମିଶ୍ରଣ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ତୀବ୍ର ବିରୋଧ କରିଛନ୍ତି ଆଠଗଡ଼ବାସୀ । ଆଠଗଡ଼ବାସୀଙ୍କ ବିନା ପରମର୍ଶରେ ରାଜ୍ୟ ସରକାର ଏପରି ମନମୁଖୀ କାର୍ୟ୍ୟ ଅବଲମ୍ବନ କରୁଥିବାରୁ ଏହା ବିରୋଧରେ ଆଜି ୧୨ଘଣ୍ଟିଆ ଆଠଗଡ ବନ୍ଦ ଡାକରା ଦିଆଯାଇଛି।ଇୟଗ୍ଦ ଭଚ୍ଚ
ଆଜି ସକାଳ ୬ଟାରୁ ସଂଧ୍ୟ୍ୟା ୬ଟା ପର୍ୟ୍ୟନ୍ତ ଆଠଗଡ ସୁରକ୍ଷା ମଞ୍ଚ ପକ୍ଷରୁ ଆଠଗଡ଼ ବନ୍ଦ ଡାକରା ଦିଆଯାଇଛି । ଆଠଗଡ଼ର ବିଭିନ୍ନ ସଙ୍ଗଠନ ତଥା ବୁଦ୍ଧିଜୀବୀ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ଫଳରେ ସକାଳୁ ସକାଳୁ ଦୋକାନବଜାର ଖୋଲି ନ ଥିବା ବେଳେ ରାସ୍ତାଘାଟ ଖାଁ ଖାଁ ରହିଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୁଲିସ୍ ମୁତୟନ ହୋଇଛନ୍ତି।
ଆଠଗଡ଼ ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଉଛି। ନିଜ ଅଭିଯୋଗ ଜଣାଇବା ନିମନ୍ତେ ଆସନ୍ତାକାଲି ଅର୍ଥାତ ୨୯ ତାରିଖ ପର୍ୟ୍ୟନ୍ତ ଦିନ ଧାର୍ୟ୍ୟ ହୋଇଥିବା ବେଳେ ଏହାପରେ ଏନେଇ ଶୁଣାଣି କରି କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାଯାଇଛି।
ସିଡିଏରେ ମିଶ୍ରଣ ହେଲେ ଅଧିକ ଟ୍ୟାକ୍ସ ଗଣିବା ସହ ଜମିବାଡ଼ି କାମ ନିମନ୍ତେ ଆଠଗଡ଼ ତହସିଲ ପରିବର୍ତ୍ତେ କଟକ, ଭୁବନେଶ୍ୱର ଯିବାକୁ ପଡ଼ିବ ବୋଲି ଅଭିଯୋଗ କରିଛନ୍ତି ଆଠଗଡ଼ବାସୀ। ତେଣୁ ସେମାନେ ଏହି ମିଶ୍ରଣକୁ ତୀବ୍ର ବିରୋଧ କରୁଥିବା କହିଛନ୍ତି।




admin 