ସିଝୁଛି ପଶ୍ଚିମ ଓଡ଼ିଶା, ୪୨ ଡିଗ୍ରି ଉପରେ ଏହି ସହର
ସିଝୁଛି ପଶ୍ଚିମ ଓଡ଼ିଶା, ୪୨ ଡିଗ୍ରି ଉପରେ ଏହି ସହର
ଭୁବନେଶ୍ବର: ତତଲା କଡ଼େଇରେ ସିଝୁଛି ପଶ୍ଚିମ ଓଡ଼ିଶା। ଅଣାୟତ୍ତ ରହୁଛି ତାତି। ବଲାଙ୍ଗୀର, ଟିଟିଲାଗଡ଼ ଓ ବୌଦ୍ଧର ଦିନ ତାପମାତ୍ରା ୪୨ ଡିଗ୍ରି ଉପରେ ରହିଥିଲା। ୪୨.୬ ଡିଗ୍ରି ତାପମାତ୍ରା ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ଟିଟିଲାଗଡ଼ରେ ୪୨.୫ ଡିଗ୍ରି ଓ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ରହିଥିଲା। ସେହିଭଳି ଝାରସୁଗୁଡ଼ାରେ ୪୦.୮ ଡିଗ୍ରି, ଭବାନୀପାଟଣା ଓ ସୋନପୁରରେ ୪୦.୬ ଡିଗ୍ରି ସୁନ୍ଦରଗଡ଼ରେ ୪୦.୫ ଡିଗ୍ରି ଓ ସମ୍ବଲପୁରରେ ୪୦.୧ ଡିଗ୍ରି ଲେଖାଏଁ ଦିନ ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତା ୫ ଦିନ ପର୍ୟ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପଶ୍ଚିମ ଓଡ଼ିଶା ସମେତ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାରେ ମଧ୍ୟ ତାତି ଏହିଭଳି ଉପରମୁହାଁ ରହିବ। ଏହିସବୁ ସ୍ଥାନରେ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି ପର୍ୟ୍ୟନ୍ତ ଅଧିକ ରହିବ। ଅନ୍ୟପଟେ ଉପକୂଳ ଓଡ଼ିଶାର ପାଗ ଏବେ କୋହଲା ଓ ଶୀତଳ ରହିଥିବା ବେଳେ ଆହୁରି ୨ ଦିନ ଏଭଳି ପାଗ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।




admin 