ସାମ୍ବାଦିକଙ୍କ ଦାବି: ଲୋକସଭା ଭବନରେ ପ୍ରବେଶ କଟକଣାକୁ ପ୍ରତ୍ୟାହାର କରାଯାଉ ।

ସାମ୍ବାଦିକଙ୍କ ଦାବି: ଲୋକସଭା ଭବନରେ ପ୍ରବେଶ କଟକଣାକୁ ପ୍ରତ୍ୟାହାର କରାଯାଉ ।

ସାମ୍ବାଦିକଙ୍କ ଦାବି: ଲୋକସଭା ଭବନରେ ପ୍ରବେଶ କଟକଣାକୁ ପ୍ରତ୍ୟାହାର କରାଯାଉ ।
ବିଭିନ୍ନ ଦୂର ଦୂରାନ୍ତରୁ ସରକାରୀ କର୍ମଚାରୀ ଲୋକସେବା ଭବନ ଆସୁଛନ୍ତି । ଅଥଚ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ପ୍ରବେଶ ଉପରେ କଟକଣା ବଳବତ୍ତର ଅଛି । ତୁରନ୍ତ ଏହି କଟକଣା ପ୍ରତ୍ୟାହାର କରିବାକୁ ଦାବି ଉଠିଛି । ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡକାଯାଇ ଏ ସମ୍ପର୍କରେ ଆଲୋଚନା ହୋଇଛି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନସଚିବଙ୍କୁ ଏ ସମ୍ପର୍କରେ ସ୍ମାରକ ପତ୍ର ପ୍ରଦାନ କରାଯିବ । ସାମ୍ବାଦିକମାନଙ୍କୁ ପ୍ରବେଶ ଅନୁମତି ନ ମିଳିବାରୁ ସମ୍ବାଦ ସଂଗ୍ରହ କ୍ଷେତ୍ରରେ ବହୁ ଅସୁବିଧା ହେଉଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନା, ବିବେକ ଜେନା, ସନତ ମିଶ୍ର, ବିଜୟ ପଣ୍ଡା, ସଞ୍ଜୟ ପ୍ରଧାନ, ପ୍ରଦୁ୍ୟମ୍ନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।