ସାବରମତି ବୁଲି ଅରଟ ଚଳାଇଲେ ଟ୍ରମ୍ପ୍
ସାବରମତି ବୁଲି ଅରଟ ଚଳାଇଲେ ଟ୍ରମ୍ପ୍
admin
Feb 24, 2020 - 08:13
Updated: Feb 24, 2020 - 08:13
ନୂଆଦିଲ୍ଲୀ: ଅହମଦାବାଦ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯିବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍, ଫାଷ୍ଟ୍ ଲେଡି ମେଲାନିଆ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଡ୍ ସୋ’ କରି ସାବରମତୀ ଆଶ୍ରମରେ ପହଞ୍ଚିଥିଲେ। ଗାନ୍ଧୀଜୀଙ୍କ ସାବରମତୀ ଆଶ୍ରମରେ ଟ୍ରମ୍ପ୍ ଓ ମେଲାନିଆଙ୍କୁ ଫୁଲମାଳ ଦିଆଯାଇ ସ୍ୱାଗତ କରାଯାଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଉଭୟଙ୍କୁ ସାବରମତୀ ଆଶ୍ରମ ବୁଲାଇ ଦେଖାଇ ଥିଲେ। ଏହାପରେ ରାଷ୍ଟ୍ରପତି ଦମ୍ପତି ସାବରମତୀ ଆଶ୍ରମରେ ଥିବା ଅରଟ ଚଳାଇଥିଲେ।
ଏହାପରେ ଟ୍ରମ୍ପ ଓ ମେଲାନିଆ ଆଶ୍ରମରେ ଥିବା ଭିଜିଟର୍ ବୁକ୍ରେ ଥ୍ୟାଙ୍କ୍ ୟୁ ନୋଟ୍ ଲେଖିଥିଲେ। ସେ ଲେଖିଛନ୍ତି: ମୋର ପରମ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ଆନନ୍ଦଦାୟକ ଗସ୍ତ ଲାଗି ଧନ୍ୟବାଦ।
ବିମାନ ବନ୍ଦରରୁ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ପରିବାର ଓ ଆମେରିକୀୟ ପ୍ରତିନିଧି ଦଳ କାର୍ ସାବରମତୀ ଆଶ୍ରମ ଅଭିମୁଖେ ଯାଇଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ କଳାକାରମାନେ ବାଦ୍ୟର ତାଳେ ତାଳେ ନୃତ୍ୟ କରି ଦୁଇ ନେତାଙ୍କୁ ସ୍ୱାଗତ ଜଣାଉଥିଲେ। ସାବରମତୀ ଆଶ୍ରମ ପରିଦର୍ଶନ ପରେ ରାଷ୍ଟ୍ରପତି ଟ୍ରମ୍ପ୍ ଓ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟମାନେ ମୋଟେରା ଷ୍ଟାଡିୟମ ଯାତ୍ରା କରିଛନ୍ତି। ସେଠାରେ ଉଭୟ ନେତା ‘ନମସ୍ତେ ଟ୍ରମ୍ପ୍’ କାର୍ଯ୍ୟକ୍ରମରେ ମିଳିତ ଉଦ୍ବୋଧନ ଦେବେ।