ସାପ ବିଷ ସ୍ମଗଲିଂ ଘଟଣାରେ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଲେ ସିଟି ବନାଞ୍ଚଳ ଅଧିକାରୀ

ସାପ ବିଷ ସ୍ମଗଲିଂ ଘଟଣାରେ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଲେ ସିଟି ବନାଞ୍ଚଳ ଅଧିକାରୀ

ସାପ ବିଷ ସ୍ମଗଲିଂ ଘଟଣାରେ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଲେ ସିଟି ବନାଞ୍ଚଳ ଅଧିକାରୀ
ଭୁବନେଶ୍ବର : ରାଜଧାନୀରେ ସାପ ବିଷ ସ୍ମଗଲିଂ ଘଟଣାରେ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଲେ ସିଟି ବନାଞ୍ଚଳ ଅଧିକାରୀ। ଓ୍ବାଇଲ୍ଡଲାଇପ୍‌ କ୍ରାଇମ କଣ୍ଟ୍ରୋଲ ବ୍ୟରୋକୁ ମଧ୍ୟ ଚିଠି ଲେଖିଛନ୍ତି। ଅଭିଯୁକ୍ତ ସହ ବିଦେଶୀ ଲିଙ୍କ୍ ଖୋଜୁଛି ବନ ବିଭାଗ। ଘଟଣାର କିଙ୍ଗପିନ୍‌ ସତ୍ୟନାରାୟଣ ଦାଶ ଫେରାର ଅଛି ବୋଲି ସିଟି ଡିଏଫ୍‌ଓ ଅଶୋକ ମିଶ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖରେ ରାଜଧାନୀରେ ସାପ ବିଷ ସ୍ମଗଲିଂ ରାକେଟ ଠାବ ହୋଇଥିଲା। ଦିନ ଦ୍ବିପହରରେ ଚାଲିଥିଲା ଏକ ବଡ଼ ଡିଲ୍‌। ଜଣେ କି ଦୁଇ ଜଣ ନୁହେଁ ଏକାସାଙ୍ଗରେ ତିନି ଜଣ ସ୍ମଗଲରଙ୍କୁ ଧରିବାରେ ସକ୍ଷମ ହୋଇଥିଲା ବନ ବିଭାଗ। । ଖଣ୍ଡଗିରି ପାତ୍ରପଡ଼ାରେ ଚାଲିଥିଲା ଏହି ଡିଲ୍‌। ଖବର ପାଇ ୩ ଜଣଙ୍କୁ ଧରିଥିଲା ବନ ବିଭାଗ। ଏମାନଙ୍କ ଘର ବଲାଙ୍ଗିର ବୋଲି ଜଣାପଡ଼ିଥିଲା। ଏହି ସ୍ମଗଲରଙ୍କଠାରୁ ସାପ ବିଷ ଜବତ କରାଯାଇଥିଲା।