ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ : କୋର୍ଟ

ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ : କୋର୍ଟ

ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ : କୋର୍ଟ

ଥିରୁଅନନ୍ତପୁରମ: ଦୁଇ ପ୍ରାପ୍ତ ବୟସ୍କ ମହିଳା ଓ ପୁରୁଷଙ୍କ ମଧ୍ୟରେ ସହମତି ଆଧାରରେ ଶାରୀରିକ ସମ୍ପର୍କ ଥିଲେ ତାକୁ ଦୁଷ୍କର୍ମ ବୋଲି ବିବେଚନା କରାଯାଇପାରିବ ନାହିଁ । ଯେପର୍ୟ୍ୟନ୍ତ ଏହି ବୁଝାମଣା କୌଣସି ବିଶ୍ବାସଘାତକତା କିମ୍ବା ଷଡଯନ୍ତ୍ରମୂଳକ ଭାବେ ନହୋଇଛି । କେରଳ ହାଇକୋର୍ଟ ଗତକାଲି ଏପରି ଏକ ଯୌନ ଉତ୍ପୀଡନ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନସିଲ ତଥା କେରଳ ଗିରଫ ଜଣେ ଆଇନଜୀବୀଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜଣେ ସହକର୍ମୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ସମ୍ପୃକ୍ତ ଆଇନଜୀବୀ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଥିଲା ।

ଜଷ୍ଟିସ ବେଚୁ କୁରିଆନା ଥୋମାସ ଏହି ମାମଲା ଶୁଣାଣି କରି ଅଭିଯୁକ୍ତ ଆଇନଜୀବୀ ନଭନିତ ନାଥଙ୍କୁ ଜାମିନ ପ୍ରଦାନ କରିବା ସହ ମାମଲାର ଏପରି ବାଖ୍ୟା ମଧ୍ୟ କରିଛନ୍ତି । ନଭନିତ ନାଥଙ୍କର ଜଣେ ମହିଳା ସହକର୍ମୀ ତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଗତମାସ ୨୧ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା । ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ନଭନିତ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ସମ୍ପୃକ୍ତ ମହିଳା ସହକର୍ମୀ ।ଏହି ମାମଲାରେ ଶୁଣାଣି କରି କେରଳ ହାଇକୋର୍ଟର ଖଣ୍ଡପୀଠ କହିଛନ୍ତି, ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ଦୁଷ୍କର୍ମ ଶ୍ରେଣୀଭୁକ୍ତ ନୁହେଁ । ପରେ ଯଦି କୌଣସି କାରଣବଶତଃ ବିବାହ କରିବାରେ ସମସ୍ୟା ଦେଖାଯାଏ ଓ ବିବାହ ପାଇଁ କୌଣସି ପକ୍ଷ ସହମତି ପ୍ରକାଶ ନକରନ୍ତି, ତେବେ ତାକୁ ଦୁଷ୍କର୍ମ ବୋଲି ଧରାଯାଇ ପାରିବନାହିଁ ।

ଭାରତୀୟ ଦଣ୍ଡବିଧି ଆଇନ ଧାରା-୩୭୬ ଅନୁସାରେ, ଯଦି ଏପରି ସହମତି ଷଡଯନ୍ତ୍ରମୂଳକ ଭାବେ ହୋଇଥାଏ ତାହାକୁ ଦଣ୍ଡନୀୟ ବୋଲି ଗ୍ରହଣ କରାଯିବ । ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ବା ବଳପ୍ରୟୋଗ କରି ଏପରି କରିବାକୁ ବାଧ୍ୟ କରିବା, ମିଥ୍ୟା ଓ ଷଡଯନ୍ତ୍ର ଆଧାରରେ ସମ୍ପର୍କ ସ୍ଥାପନ କରିବା ପାଇଁ ସହମତି ହାସଲ କରିବା ପରି ମାମଲାକୁ କେବଳ ଦୁଷ୍କର୍ମ ବୋଲି ବିଚାରକୁ ନିଆଯାଇ ପାରିବ ।