ସଚିନଙ୍କ ମହାନତା, ୫,୦୦୦ ଲୋକଙ୍କୁ ଦେବେ ଗୋଟିଏ ମାସର ରାସନ
ସଚିନଙ୍କ ମହାନତା, ୫,୦୦୦ ଲୋକଙ୍କୁ ଦେବେ ଗୋଟିଏ ମାସର ରାସନ
admin
Apr 11, 2020 - 11:23
Updated: Apr 11, 2020 - 11:23
କିମ୍ବଦନ୍ତୀ ବ୍ୟାଟସ୍ମ୍ୟାନ ସଚିନ ତେନ୍ଦୁଲକର କରୋନା ଭାଇରସ ମୁକାବିଲାରେ ସାମିଲ ହେବା ସହ ନିୟମିତ ଭାବେ ଦେଶବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇ ଆସିଛନ୍ତି । ସେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ (କେୟାର୍ସ) ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରି ସାରିଛନ୍ତି । ସେ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ସେ ଅପନାଳୟ ଏନଜିଓ ସଂସ୍ଥା ଜରିଆରେ ମୁମ୍ବାଇରେ ଶିବାଜୀ ନଗର ଏବଂ ଗୋଭଣ୍ଡି ଅଞ୍ଚଳର ୫,୦୦୦ ଲୋକଙ୍କୁ ଗୋଟିଏ ମାସର ରାସନ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।
ଅପନାଳୟ ଏନଜିଓ ସଂସ୍ଥା ଏ ବିଷୟରେ ସୂଚନା ଦେବା ସହ ସଚିନଙ୍କଏହି ପ୍ରୟାସକୁ ପ୍ରଶଂସା କରିଛି । ସଂସ୍ଥା ପକ୍ଷରୁ କୁହାଯାଇଛି, ଲକଡାଉନ ସମୟରେ ସହଯୋଗର ହାତ ବଢ଼ାଇଥିବାରୁ ସଚିନ ତେନ୍ଦୁଲକରଙ୍କୁ ଧନ୍ୟବାଦ । ସେ ୫,୦୦୦ ଲୋକଙ୍କୁ ଗୋଟିଏ ମାସର ରାସନ ଯୋଗାଇ ଦେବେ । ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ ଆପଣଙ୍କ ଏବଂ ଅନ୍ୟମାନଙ୍କ ସହଯୋଗର ଆବଶ୍ୟକତା ରହିଛି । ସଂସ୍ଥା ପକ୍ଷରୁ ବିଭିନ୍ନ ଉଦ୍ୟୋଗୀଙ୍କୁ ମଧ୍ୟ ଦାନ କରିବାକୁ ନିବେଦନ କରାଯାଇଛି ।’ ଅନ୍ୟ ପକ୍ଷରେ ସଚିନ ଅପନାଳୟ ଏନଜିଓକୁ ଧନ୍ୟବାଦ ଜଣାଇବାକୁ ଭୁଲି ନାହାନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, ଅପନାଳୟକୁ ମୋର ଶୁଭେଚ୍ଛା । ଚିନ୍ତିତ ଓ ଗରିବମାନଙ୍କୁ ଆପଣଙ୍କ ସାହାଯ୍ୟ କରିବାର ମହାନ କାର୍ଯ୍ୟ ଜାରି ରହୁ । ଭଲ କାମ କରିବା ଜାରି ରଖନ୍ତୁ ।’