ସକ୍ରିୟ ଲାଲ୍ ବାହିନୀ, ଜାଳିଦେଲେ ଜେସିବି, ଟାକ୍ଟର
ସକ୍ରିୟ ଲାଲ୍ ବାହିନୀ, ଜାଳିଦେଲେ ଜେସିବି, ଟାକ୍ଟର
କନ୍ଧମାଳ: ନିର୍ବାଚନ ଯେତେ ପାଖେଇ ଆସୁଛି ମାଓବାଦୀଙ୍କ ବର୍ବର କାଣ୍ଡ ସେତେ ଅଧିକ ହେଉଛି । ଫିରିଙ୍ଗିଆ ଥାନା ସାଡିଙ୍ଗିଆ ପଞ୍ଚାୟତ କିଆମୁଣ୍ଡାରେ ରାସ୍ତା ନିର୍ମାଣକୁ ବିରୋଧ କରି ଏକ ଠିକା ସଂସ୍ଥାର ଜେସିବି, ଟ୍ରାକ୍ଟର ପୋଡି ଦେଇଛନ୍ତ ମାଓବାଦୀ ।
ଏଥିସହ ଘଟଣା ସ୍ଥଳରୁ ମାଓ ପୋଷ୍ଟର ଜବତ କରାଯାଇଛି । ଏଥିରେ ଭୋଟ ବର୍ଜନ କରିବାକୁ ଧମକ ଦିଆଯାଇଛି । ନିର୍ବାଚନ ପାଖେଇ ଆସୁଥିବାରୁ ମାଓବାଦୀଙ୍କ ଉପସ୍ଥିତି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଏଥିପାଇଁ ଉକ୍ତ ଅଂଚଳର ଲୋକେ ଭୟର ବାତାବରଣ ଭିତରେ ଅଛନ୍ତି । ଏହ ସହିତ ପୋଷ୍ଟରରେ ଗାଁ’ରେ ଦେଶୀ ମଦ ଭାଟି ବନ୍ଦ, ସିଆରପିଏଫ କ୍ୟାମ୍ପ ଉଠାଇବା, ମାଓବାଦୀ ନାମରେ ଦାଦା ବଟି ମାଗୁଥିବା ଲୋକଙ୍କୁ ଗିରଫ କରିବା ଆଦି ପୋଷ୍ଟରରେ ଉଲ୍ଲେଖ ରହିଛି । ଭାରତୀୟ କମୁ୍ୟନିଷ୍ଟ ପାର୍ଟି ମାଓବାଦୀ ତଳେ ଉଲ୍ଲେଖ ରହିଥିବା ସୂଚନା ମିଳିଛି ।
ସୂଚନାଥାଉକି, ମାଶ୍ରୀପଡା ଠାରୁ କଣ୍ଟାମାଳ ପର୍ୟ୍ୟନ୍ତ ରାଜ୍ୟ ରାଜପଥ ନିର୍ମାଣ ଚାଲିଛି । ଏକ ଠିକାଦାର ସଂସ୍ଥା ଏହି କାର୍ୟ୍ୟ ବହୁଦିନ ହେବ କରୁଛି ।




admin 