ସଂରକ୍ଷଣ ଅସନ୍ତୋଷ; ଆଜି କଳାହାଣ୍ଡି ବନ୍ଦ

ସଂରକ୍ଷଣ ଅସନ୍ତୋଷ; ଆଜି କଳାହାଣ୍ଡି ବନ୍ଦ

ସଂରକ୍ଷଣ ଅସନ୍ତୋଷ; ଆଜି କଳାହାଣ୍ଡି ବନ୍ଦ

କଳାହାଣ୍ଡି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଆଦିବାସୀ ସମାଜ। ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି । ଏହାକୁ ତୀବ୍ର ବିରୋଧ କରିଛି ଆଦିବାସୀ ସଂଘ  । ନିଜ ହକ୍ ଦାବିରେ ଆଜି ଜିଲ୍ଲା ଆଦିବାସୀ ସଂଘ  ପକ୍ଷରୁ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି ।

ଏନେଇ ସଂଘର ଉପସଭାପତି କହିଛନ୍ତି, କଳାହାଣ୍ଡି ଜିଲ୍ଲା ଏକ ଆଦିବାସୀ ସଂସ୍କୃତି ପରମ୍ପରାର ଜିଲ୍ଲା । ସରକାରଙ୍କ ଏହି ନିଷ୍ପତ୍ତିରେ ଆଦିବାସୀ ଉପେକ୍ଷିତ ହେବା ପରି ମନେ କରିଛନ୍ତି । ଏହା ପ୍ରତିବାଦରେ ଆଜି ବନ୍ଦ ଡାକରା କରାଯାଇଛି । ଆଗାମୀ ଦିନରେ ସଂରକ୍ଷଣ ବ୍ୟବସ୍ଥା କରା ନ ଗଲେ ଆଦିବାସୀ ସଂଘ ନିର୍ବାଚନ କରାଇ ଦେବ ନାହିଁ ।

ସକାଳ ୭ ଟାରୁ ଅପରାହ୍ନ ୨ ଟା ପର୍ୟ୍ୟନ୍ତ ସମସ୍ତ ସରକାରୀ ବେସରକାରୀ କାର୍ୟ୍ୟାଳୟ, ଶିକ୍ଷାନୁଷ୍ଠାନ,  ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ରହିବାକୁ  ଡାକରା ଦେଇଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ । ଭବାନୀ ପାଟଣା ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଦିବାସୀ ସଂଘ ପକ୍ଷରୁ ବନ୍ଦ ପାଳନ କରାଯାଉଛି । 


ସ୍ଥାନ ସଂରକ୍ଷଣ ସମ୍ବିଧାନ ଅନୁଯାୟୀ ଥିବା ବେଳେ ସରକାର ଏହାକୁ ଉଚ୍ଛେଦ କରିଛନ୍ତି । ସରକାର ନିଜ ଟାଳଟୁଳ ନୀତି ପ୍ରତ୍ୟାହାର ନ କଲେ ଆନ୍ଦୋଳନା ଆହୁରି ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସରକାର ନିଜ ନିଷ୍ପତ୍ତିରୁ ନ ଓହରିଲେ ଆମେ ଭୋଟ ବର୍ଜନ କରିବା ସହ ନିର୍ବାଚନରେ ଅଂଶଗ୍ରଂହଣ କରିବୁ ନାହିଁ ବୋଲି ଆଦିବାସୀ ସଙ୍ଘ ଚେତାବନୀ ଦେଇଛି ।