ଶ୍ରୀକ୍ଷେତ୍ରର ସବୁ ଧର୍ମାନୁଷ୍ଠାନର ସୁରକ୍ଷା କରାଯାଉ : ଗଜପତି

ଶ୍ରୀକ୍ଷେତ୍ରର ସବୁ ଧର୍ମାନୁଷ୍ଠାନର ସୁରକ୍ଷା କରାଯାଉ : ଗଜପତି

ଶ୍ରୀକ୍ଷେତ୍ରର ସବୁ ଧର୍ମାନୁଷ୍ଠାନର ସୁରକ୍ଷା କରାଯାଉ : ଗଜପତି
ପୁରୀ: ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି ଘଟଣାରେ ଗଜପତି ମହାରାଜ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ମାଉସୀ ମା’ ମନ୍ଦିରରୁ ଚୋରି ଘଟଣାରେ ସେ ଚକ୍କିତ ବୋଲି କହିଛନ୍ତି । ଦୁର୍ବୃତଙ୍କୁ ଧରିବାକୁ ଜିଲ୍ଲା ପୋଲିସ ସମସ୍ତ ପଦକ୍ଷେପ ଗ୍ରହଣ କରୁ । ଶ୍ରୀକ୍ଷେତ୍ରର ସବୁ ଧର୍ମାନୁଷ୍ଠାନର ସୁରକ୍ଷା ପାଇଁ ଏକ ଷ୍ଟ୍ରାଟେଜି ତିଆରି କରୁ ପୋଲିସ । ଏକ ବ୍ୟାପକ ଏବଂ ଫଳପ୍ରଦ ଷ୍ଟ୍ରାଟେଜି ତିଆରି କରାଯାଉ ବୋଲି କହିଛନ୍ତି ଗଜପତି ।