ଶୁଣିଲାନି ପୋଲିସ୍, ଥାନା ଆଗରେ ବିଷ ପିଇଲେ ମହିଳା
ଶୁଣିଲାନି ପୋଲିସ୍, ଥାନା ଆଗରେ ବିଷ ପିଇଲେ ମହିଳା
ଖଲ୍ଲିକୋଟ : ପାରିବାରିକ କଳହକୁ ନେଇ ଛତ୍ରପୁର ଥାନା ଆଗରେ ବିଷ ପିଇଲେ ମହିଳା। ଗୁରୁତର ଅବସ୍ଥାରେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ମହିଳା ଜଣଙ୍କ ହେଲେ ଛତ୍ରପୁର ମହାବୀର ନଗରର ଏମ ଝିଲି ପାତ୍ର ।
ଝିଲି ପ୍ରେମ ବିବାହ କରିଥିବା ବେଳେ ଶଶୁର ଘର ଲୋକ ଯୌତୁକ ନିର୍ୟାତନା ଦେଉଥିଲେ।ଏ ନେଇ ଛତ୍ରପୁର ଥାନାରେ ଝିଲିଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ବାରମ୍ବାର ଅଭିଯୋଗ ପରେ ବି କୌଣସି କାର୍ୟ୍ୟନୁଷ୍ଠାନ ହୋଇନଥିବାରୁ ମଙ୍ଗଳବାର ଥାନା ପରିସରରେ ମହିଳା ଜଣକ ବିଷ ପିଇ ଦେଇଥିବା ପରିବାର ଲୋକେ କହିଛନ୍ତି।




admin 