ଲିଜ ଟ୍ରସଙ୍କ ଇସ୍ତଫା ପରେ ଋଷି ସୁନକ ହୋଇପାରନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ

ଲିଜ ଟ୍ରସଙ୍କ ଇସ୍ତଫା ପରେ ଋଷି ସୁନକ ହୋଇପାରନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ

ଲିଜ ଟ୍ରସଙ୍କ ଇସ୍ତଫା ପରେ ଋଷି ସୁନକ ହୋଇପାରନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ: ଦେଶରେ ଅର୍ଥନୀତିକ ଅସ୍ଥିରତା ଯୋଗୁ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଲିଜ୍‌ ଟ୍ରସ ଇସ୍ତଫା ଦେଇଛନ୍ତି। ସେ ମାତ୍ର ୪୫ ଦିନ ପ୍ରଧାନମନ୍ତ୍ରୀ ଭାବେ କାର୍ୟ୍ୟ କରିବାକୁ ସକ୍ଷମ ହୋଇଛନ୍ତି। ବ୍ରିଟେନ ଇତିହାସରେ ଲିଜ୍‌ ଟ୍ରସ୍‌ ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ସବୁଠାରୁ କମ ଦିନ ଶାସନ କରିବା ପରେ ପଦ ଛାଡ଼ିଛନ୍ତି।ସେ ଯେଉଁ ପ୍ରତିଶ୍ରୁତି ଦେଇ ପ୍ରଧାନମନ୍ତ୍ରୀ ଗାଦି ଦଖଲ କରିଥିଲେ, ତା’କୁ ପୂରଣ କରିବା ତାଙ୍କ ପକ୍ଷେ ସମ୍ଭବ ହେଉ ନଥିବାରୁ ସେ ଇସ୍ତଫା ଦେଉଥିବା କଥା କହିଛନ୍ତି। ଟ୍ରସ ଇସ୍ତଫା ଦେଇଥିବାରୁ କଞ୍ଜରଭେଟିଭ ପାର୍ଟିର ମୁଖିଆ କିଏ ହେବେ ଓ କିଏ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଗୋଟିଏ ରିପୋର୍ଟ ଅନୁସାରେ ବିବାଦୀୟ ପରିସ୍ଥିତିରେ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବୋରିସ ଜନସନ ପୁଣିଥରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ। ଟ୍ରସଙ୍କ ପୂର୍ବରୁ ଜନସନ ହିଁ ପ୍ରଧାନମନ୍ତ୍ରୀ ଭାବେ କାମ କରୁଥିଲେ। କିନ୍ତୁ କରୋନା ଲକଡାଉନ ନିୟମକୁ ସେ ଉଲ୍ଲଙ୍ଘନ କରିବା ଖବର ସାମ୍ନାକୁ ଆସିବା ପରେ ବିବାଦ ଦେଖାଯାଇଥିଲା। ଦଳ ମଧ୍ୟରେ ବି ସେ ବିରୋଧର ସମ୍ମୁଖୀନ ହୋଇଥିଲେ। ପ୍ରବଳ ବିରୋଧ ଯୋଗୁ ସେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ।ଏହାପରେ ଲିଜ ଟ୍ରସ ଓ ଋଷି ସୁନାକଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଶେଷରେ କଞ୍ଜରଭେଟିଭ ପାର୍ଟିର ନେତା ଓ ସାଂସଦମାନେ ଭୋଟ ଦ୍ୱାରା ଟ୍ରସଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଥିଲେ।
ଟ୍ରସ ଇସ୍ତଫା ଦେଇଥିବାରୁ ଭାରତୀୟ ବଂଶୋଦ୍ଭବ ସୁନାକ ପ୍ରଧାନମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲେ। କିନ୍ତୁ ଜନସନ ଦେଶର ସ୍ୱାର୍ଥ ପାଇଁ ପୁଣିଥରେ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ତେଣୁ ଉଭୟଙ୍କ ମଧ୍ୟରେ ଲଢ଼େଇ ଦେଖାଯିବାର ସମ୍ଭାବନା ରହିଛି।