ଲଘୁଚାପ ସମ୍ଭାବନା

ଲଘୁଚାପ ସମ୍ଭାବନା

ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଜାରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାଳ। ଏପ୍ରିଲ ଦ୍ୱତୀୟ ସପ୍ତାହ ବେଳକୁ ତାପମାତ୍ରା ୪୫ଡିଗ୍ରୀ ପାର୍ କରିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରୁଛନ୍ତି। କିଛି ଦିନ ହେଲା ପଶ୍ଚିମ ଓଡିଶା ଡହଡହ ଜଳୁଥିବାବେଳେ ଅଧିକାଂଶ ସ୍ଥାନରେ ପାରଦ ୪୦ଡିଗ୍ରୀ ପାର୍ କରିଛି । 

ଅନ୍ୟପଟେ ଏପ୍ରିଲ ୬ ବେଳକୁ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଦକ୍ଷିଣ ଆଣ୍ଡାମାନ ସାଗର ଓ ତା’ର ପାଶ୍ୱର୍ବର୍ତ୍ତୀ ଅଂଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ଘଣ୍ଟାରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ଗତକାଲି ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୪୨ଡିଗ୍ରୀ ଉପରେ ଥିଲା, ଟିଟିଲାଗଡରେ ୪୧.୭ ଡିଗ୍ରୀ, ଝାରସୁଗୁଡାରେ ୪୧.୫, ସୁନ୍ଦରଗଡରେ ୪୦.୫, ସୁବର୍ଣ୍ଣପୁରରେ ୪୦.୨, ବୌଦ୍ଧରେ ୪୦, ଭୁବନେଶ୍ୱରରେ ୩୪.୯ ଏବଂ କଟକରେ ୩୪.୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।