ଲଘୁଚାପ; ଭୁବନେଶ୍ବର, ପୁରୀରେ ନିର୍ଘାତ ବର୍ଷିଲା
ଲଘୁଚାପ; ଭୁବନେଶ୍ବର, ପୁରୀରେ ନିର୍ଘାତ ବର୍ଷିଲା
ଭୁବନେଶ୍ବର: ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଶନିବାର ଓ ରବିବାର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ପ୍ରଚୁର ବର୍ଷା ହୋଇଛି। ତେବେ ରବିବାର ସକାଳୁ ଅନବରତ ବର୍ଷା ହେବା ଫଳରେ ଉପକୂଳ ଓଡ଼ିଶାର ଚାରି ଆଡ଼େ ଜଳାର୍ଣ୍ଣବ ହୋିଛି। ବିଶେଷକରି ବର୍ଷା ଯୋଗୁଁ ପୁରୀ ଓ ଭୁବନେଶ୍ବର ଅବସ୍ଥା ବେହାଲ୍ ହୋଇ ପଡ଼ିଛି। ନିର୍ଘାତ ବର୍ଷା ଫଳରେ ସହରର ରାସ୍ତାଘାଟରେ ପାଣିର ସୁଅ ଛୁଟୁଛି। କଟକର ଗଳିକନ୍ଦି ଓ ଡ୍ରେନ୍ ଏକାକାର ହୋଇ ପଡ଼ିଛି। ଲୋକଙ୍କ ଘରେ ପାଣି ପଶି ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଭୁବନେଶ୍ବରର ରସୁଲଗଡ଼, ଆଚାର୍ୟ୍ୟବିହାର, ବରମୁଣ୍ଡା, ବମିଖାଲ, ପଳାସୁଣି, ଶିଶୁଭବନ ଛକ, ନବୀନ ନିବାସ ନିକଟ, ୟୁନିଟ୍-୬ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣିର ପ୍ରଖର ସୁଅ ଛୁଟିଛି। ପୁରୀ ପଡ଼ଦାଣ୍ଡ ସମେତ ଗଳିକନ୍ଦିରରେ ପାଣି ଜମିଛି। ଜାତୀୟ ରାଜପଥ ଉପରେ ପାଣି ଜମା ହୋଇଯିବାରୁ ଘଣ୍ଟାଧରି ଗାଡ଼ି ମଟର ଅଟକି ରହିଥିଲା। କୂଆଖାଇ ବ୍ରିଜ୍ ଏବଂ କାଠଯୋଡ଼ି ବ୍ରିଜ୍ରେ ଘଣ୍ଟା ଧରି ଗାଡ଼ି ଅଟକି ରହିଥିଲା। ଭୁବନେଶ୍ବର ରେଳ ଷ୍ଟେସନ୍ରେ ମଧ୍ୟ ଆଣ୍ଠିଏ ଉଚ୍ଚର ପାଣି ଜମା ହୋଇଥିଲା। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ଭୁବନେଶ୍ବରରେ ସର୍ବାଧିକ ୧୧୯.୧ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ପୁରରେୀ ସର୍ବାଧିକ ୧୪୫ ମିମି ବର୍ଷା ରେକର୍ଡ କରାଯାଇଛି।




admin 