ଲକଡାଉନ ମେ’ ୩୧ ଯାଏଁ ବୃଦ୍ଧି

ଲକଡାଉନ ମେ’ ୩୧ ଯାଏଁ ବୃଦ୍ଧି

ଲକଡାଉନ ମେ’ ୩୧ ଯାଏଁ ବୃଦ୍ଧି
ଭୁବନେଶ୍ୱର : ଲକଡାଉନ ଅବଧି ବୃଦ୍ଧି କରାଯାଇଛି । ଚତୁର୍ଥ ଦଫାରେ ମେ’ ୩୧ ଯାଏଁ ବୃଦ୍ଧି କରାଯାଇଛି । ଆସନ୍ତାକାଲି ଠାରୁ ଏହା ଲାଗୁ ହେବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର ସରକାର ଲକଡାଉନ ଅବଧି ବୃଦ୍ଧି କରିବା ପୂର୍ବରୁ ମହାରାଷ୍ଟ୍ର, ତାମିଲନାଡ଼ୁ ଭଳି ରାଜ୍ୟ ସରକାରମାନେ ଅବଧି ବୃଦ୍ଧି କରିଥିଲେ । ତେବେ ଚତୁର୍ଥ ଦଫା ଲକଡାଉନରେ ଅନେକ କଟକଣା କୋହଳ କରାଯାଇଛି । ଏନେଇ ଖୁବଶୀଘ୍ର ବିସ୍ତୃତ ସୂଚନା ଦିଆଯିବ ବୋଲି ଜାଣିବାକୁ ମିଳିଛି । ସୂଚନାଯୋଗ୍ୟଯେ, କରୋନା ପାଇଁ ଲକଡାଉନ ହିଁ ଅମୋଘ ଅସ୍ତ୍ର ବୋଲି ବିବେଚନା କରାଯାଉଛି । ଚାଇନା ଏହି ଉପାୟରେ ହିଁ କରୋନା ସଂକ୍ରମଣକୁ ନିୟନ୍ତ୍ରଣାଧିନ କରିପାରିଥିଲା । କିନ୍ତୁ ଲକଡାଉନ ଯୋଗୁଁ ଅର୍ଥନୈତିକ କ୍ଷେତ୍ରରେ ପ୍ରବଳ ଚାପର ସମ୍ମୁଖୀନ ହେବାକୁ ପଡ଼ୁଛି । ତେଣୁ ଆର୍ଥିକ କାର୍ଯ୍ୟକଳାପକୁ ବୃଦ୍ଧି କରିବା ପାଇଁ କଟକଣାକୁ କୋହଳ କରାଯାଇଛି ।