ରୋଷେଇ ଘର ତିଆରି କଲାବେଳେ ଏହିସବୁ ଜିନିଷରେ ଧ୍ୟାନ ରଖନ୍ତୁ, ନହେଲେ ଭୋଗିବେ ସାଂଘାତିକ ସମସ୍ୟା

ରୋଷେଇ ଘର ତିଆରି କଲାବେଳେ ଏହିସବୁ ଜିନିଷରେ ଧ୍ୟାନ ରଖନ୍ତୁ, ନହେଲେ ଭୋଗିବେ ସାଂଘାତିକ ସମସ୍ୟା

ରୋଷେଇ ଘର ତିଆରି କଲାବେଳେ ଏହିସବୁ ଜିନିଷରେ ଧ୍ୟାନ ରଖନ୍ତୁ, ନହେଲେ ଭୋଗିବେ ସାଂଘାତିକ ସମସ୍ୟା

ଭୁବନେଶ୍ୱର: ହଠାତ ଯଦି ଆପଣଙ୍କ ପରିବାରରେ ସମସ୍ୟା ବଢ଼ୁଛି । ଆୟ ତୁଳନାରେ ବ୍ୟୟ ଅଧିକ ହେଉଛି କିମ୍ବା ଘରେ କେହି ନା କେହି ରୋଗରେ ପଡ଼ୁଛନ୍ତି, ତେବେ ଆପଣ ରୋଷେଇ ଘରକୁ ଦେଖନ୍ତୁ । କାରଣ ଏହା ଏପରି ସ୍ଥାନ ଯେଉଁଠାରେ ପରିବାର ସଦସ୍ୟଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ । ଯଦି ଏଠାରେ କୌଣସି ଦୋଷ ଥାଏ ତେବେ ଏହାର ପ୍ରଭାବ ରୋଷେଇଠାରୁ ଆରମ୍ଭ କରି ପୁରା ପରିବାର ଉପରେ ଦେଖାଯାଏ । ଆସନ୍ତୁ ଜାଣିବା ରୋଷେଇ ଘରେ ଏପରି କ’ଣ କରିବା ଉଚିତ ଯାହାଦ୍ୱାରା ଘରେ ସୁଖଶାନ୍ତି ଫେରି ଆସିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଭଲପାଇବା ଅତୁଟ ରହିଥାଏ ।

-ଅଗ୍ନି କୋଣରେ କରନ୍ତୁ ରୋଷେଇ ଘର: ରୋଷେଇ ଘର କରୁଥିଲେ ଏହାର ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଅଗ୍ନି କୋଣରେ ଏହାକୁ କରିବା ଶୁଭ । ଏହାଦ୍ୱାରା ପରିବାରର ସଦସ୍ୟଙ୍କ ମଧ୍ୟରେ ଭଲପାଇବା ରହିଥାଏ । ସ୍ୱାସ୍ଥ୍ୟ ଠିକ୍ ରହିଥାଏ । ଏହାଛଡ଼ା ଅନ୍ୟ କୌଣସି ଦିଗରେ ରୋଷେଇ ଘର କଲେ ଦେବାଳିଆ ଭଳି ସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ ।

-ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ ଗ୍ୟାସ-ଚୁଲି:

ଖାଇବା ରାନ୍ଧିବା ସମୟରେ ମୁହଁ ପୂର୍ବ ଦିଗରେ ରହିବା ଉଚିତ । ଗ୍ୟାସ-ଚୁଲି ଦକ୍ଷିଣ ପୂର୍ବ ଦିଗରେ ରଖନ୍ତୁ । ଚୁଲି ଯଦି ଉତ୍ତର ଦିଗରେ ରଖାଯାଏ ତେବେ ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏଥିସହ ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ । ଯଦି ଦକ୍ଷିଣ ପୂର୍ବ ଦିଗରେ ଚୁଲି ରଖିବା ଅସମ୍ଭବ ତେବେ ଏହି ଦିଗରେ ବିଘ୍ନହର୍ତ୍ତା ଭଗବାନ ଗଣେଶଙ୍କ ମୂର୍ତ୍ତି ଲଗାନ୍ତୁ ।

-ଉତ୍ତର-ପୂର୍ବ ଦିଗରେ ପାଣିର ସ୍ରୋତ: ରୋଷେଇ ଘରେ ପାଣିର ଟ୍ୟାପ୍ ସର୍ବଦା ଉତ୍ତରପୂର୍ବ ଦିଗରେ ରଖନ୍ତୁ । ଏଥିସହ ୱାଶ୍ ମେଶିନ ମଧ୍ୟ ଏହି ଦିଗରେ କରନ୍ତୁ । ଭୁଲରେ ବି ଅଗ୍ନି କୋଣରେ ପାଣି ଟ୍ୟାପ୍ ରଖନ୍ତୁ ନାହିଁ । ଏପରି କକ୍ଷଲେ ଆପଣଙ୍କୁ ଟଙ୍କା ପଇସାର ଅଭାବର ସାମ୍ନା କରିବାକୁ ପଡ଼ିପାରେ ।

-ରୋଷେଇ ସାରି ଖାଦ୍ୟ ସାମଗ୍ରୀ ଏହି ଦିଗରେ ରଖନ୍ତୁ:
ଖାଦ୍ୟ ରୋଷେଇ କରିବା ପରେ ଗ୍ୟାସ ଚୁଲାର ଡାହାଣ ପଟେ ରଖନ୍ତୁ । ଏହି ଦିଗରେ ମା’ ଅନ୍ନପୂର୍ଣ୍ଣାଙ୍କ ବାସ ଥାଏ । ଏହି ଦିଗରେ ଭୋଜନ ରଖିଲେ ମା’ ଅନ୍ନପୂର୍ଣ୍ଣାଙ୍କ ଆଶୀର୍ବାଦ ପରିବାର ଉପରେ ସର୍ବଦା ରହିଥାଏ । କେବେ କୌଣସି ଜିନିଷର ଅଭାବ ପରିଲକ୍ଷିତ ହୋଇ ନ ଥାଏ ।

-ସଜାଇ ରଖନ୍ତୁ ପ୍ରତ୍ୟେକ ସାମଗ୍ରୀ: ରୋଷେଇ ଘରେ ଥିବା ପ୍ର୍ରତ୍ୟେକଟି ଜିନିଷକୁ ବ୍ୟବସ୍ଥିତ ଢ଼ଙ୍ଗରେ ରଖନ୍ତୁ । ଏହାଦ୍ୱାରା ମା’ ଅନ୍ନପୂର୍ଣ୍ଣାଙ୍କ ଆଶୀର୍ବାଦ ପରିବାର ଉପରେ ରହିଥାଏ ।

-କାନ୍ଥର ରଙ୍ଗ ଉପରେ ରଖନ୍ତୁ ଧ୍ୟାନ: ରୋଷେଇ ଘରେ ରଙ୍ଗ ଉପରେ ବିଶେଷ ଧ୍ୟାନ ରଖନ୍ତୁ । ଏହି ଘର କାନ୍ଥରେ ଧଳା, ହଳଦିଆ ତଥା ନାରଙ୍ଗି ରଙ୍ଗ ଲଗାଇବା ସବୁଠାରୁ ଶୁଭ ।