ରୋଗୀ କଲ୍ୟାଣ ସମିତି ର ବୈଠକ

ରୋଗୀ କଲ୍ୟାଣ ସମିତି ର ବୈଠକ

ରୋଗୀ କଲ୍ୟାଣ ସମିତି ର ବୈଠକ
ପଦ୍ମପୁର ଉପଖଣ୍ଡ ଅଧିନ ରେ ଥିବା ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି ରୋଗୀ କଲ୍ୟାଣ ସମିତି ର ବୈଠକ ଅନୁଷ୍ଠିତ ହୋଇଯାଇଛିା ଉକ୍ତ ବୈଠକ ରେ ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ବର୍ତମାନ ର ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀମାନ ବିଜୟ ରଂଜନ ସିଂ ବରିହା ଅଧ୍ୟକ୍ଷତା କରିଥିଲେ ,ପ୍ରାରମ୍ଭେ ବୁକୁରାମୁଣ୍ଡା ର ମେଡିକାଲ ଅଫିସର ଡଃ ମନସ୍ମିତା ଦଲେଇ ଓ ଉପସ୍ଥିତ କର୍ମଚାରୀ ବୃନ୍ଦ ଆଗନ୍ତୁକ ଅତିଥି ମାନଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ ଜଣାଇଥିଲେ ା ପରେ ପାଇକମାଳ ବ୍ଳକ ଚେୟାରମେନ୍ ଅଲତାପ ମହମ୍ମଦ ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଗୋଷ୍ଠୀ ଅଧିକାରୀ ଡଃ ନାରାୟଣ ପଶାୟତ ଅତିଥି ଙ୍କ ପରିଚୟ ପ୍ର ଦାନ କରିଥିଲେ ା ବି.ପି.ଏମ୍ ବିଜୟ କୁମାର ସରାପ ଏବର୍ଷ ଆର୍ଥିକ ବର୍ଷରେ ଯେଉଁ ସବୁ ଉନ୍ନ ୟନ ମୂଳକ କାର୍ଯ୍ୟ ସି.ଏଚ.ସି ରେ କରାଯିବ ତାର ଖସଡା ପ୍ରସ୍ତୁତି କରି ଉପସ୍ଥାପନା କରିଥିଲେ ା ଏକାଉଣ୍ଟେନ୍ ଶ୍ରୀ ସୁବ୍ରତ ବିଶ୍ୱାଳ ବିଗତ ବର୍ଷ ରେ ଖର୍ଚ ହୋଇଥିବା ସମସ୍ତ କାର୍ଯ ର ବିବରଣୀ ପଠନ କରିଥିଲେ ାଯାହାକି ଅନୁମୋଦନ କରାଗଲା ନୂତନ ଭାବେ ପାଇକମାଳ ବ୍ଳକ ର ବି.ଡି.ଓ ଶ୍ରୀଯୁକ୍ତ ସୁରେନ୍ଦ୍ର ମେହେର ମଧ୍ୟ ବୈଠକ ରେ ଉପସ୍ଥିତ ଥିବାବେଳେ ବି.ଇ.ଓ ଚୁଡାମଣୀ ବାରିକ, ଏ.ବି.ଇ.ଓ ସୁରେନ୍ଦ୍ର କୁମାର ପୁରୋହିତ,ସି.ଡି.ପି.ଓ ସନ୍ତୋଷିନୀ ଗିରୀ,ଡାକ୍ତର ମନସ୍ମିତା ଦଲେଇ,ଡାକ୍ତର ସେବାବ୍ରତ ମେହେର,ମାନ୍ୟବର ବିଧାୟକ ଙ୍କ ଦ୍ୱାରା ଅନୁମୋଦିତ ସର୍ବଶ୍ରୀ ହୃଦାନନ୍ଦ ବାରିକ,କ୍ଷୀତି ସାହୁ,କୁମୁଦ ବାଗ,ତନ୍ମୟା ଭୋଇ, ଆ.କେ. ରାଉତ,ଏନ୍.ଏଚ. ଏମ ର ଜେ.ଇ ସୁଧାଂଶୁ ପଣ୍ଡା ଏହି ବୈଠକ ରେ ଉପସ୍ଥିତ ଥିଲେ ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ପାଇଁ ଖର୍ଚ ଅଟକଳ କରାଗଲା ା ବିଗତ ୪ବର୍ଷ ରୁ ଉର୍ଧ ହେବ କେତେକ ଖଳ ପ୍ରକୃତି ର କର୍ମଚାରୀ ଏଠାକାର ଅଫିସ କୁ ଅନ୍ୟତ୍ର ଉଠାଇ ନେଇ ଥିବା କାରଣ ରୁ ଜନସାଧାରଣ ବିଧାୟକ ଙ୍କୁ ସି.ଏଚ.ସି କୁ ଫେରାଇ ଆଣିବା ପାଇଁ ଦାବି ଜଣାଇଥିଲେ ,ବିଧାୟକ ତାଙ୍କ ଦାବି କୁ ଗ୍ରହଣ କରି ଅତିଶିଘ୍ର ଅଫିସ୍ କାର୍ଯକ୍ରମ ଏଠାରେ କରାଯାଉ ବୋଲି ଡଃ ପଶାୟତ କୁ ନିର୍ଦେଶ ଦେଲେ ା ଶେଷ ରେ ବ.ପି.ଏମ୍. ବିଜୟ କୁମାର ସରାପ ଧନ୍ୟବାଦ ଜଣାଇ ବୈଠକ ସାଂଗ କରାଗଲା