ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟର ଆମେରିକାର ଏଣ୍ଟ୍ରି, ଉଡ଼ିଲା ଦୁଇ ବମ୍ବର
ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟର ଆମେରିକାର ଏଣ୍ଟ୍ରି, ଉଡ଼ିଲା ଦୁଇ ବମ୍ବର
ମସ୍କୋ : ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ଆସିଛି ବଡ଼ ଖବର। ନାଟୋ ପକ୍ଷରୁ ଜରୁରୀ ବୈଠକ ହୋଇଛି। ଏହା ମଧ୍ୟରେ ଆମେରିକାର ୨ଟି ବମ୍ବର ଉଡ଼ାଣ ଆରମ୍ଭ କରିଛି। ରୁଷିଆର ଆକ୍ରମଣର ଜବାବ ଦେବା ଲାଗି ଏବଂ ୟୁକ୍ରେନ୍ର ସହାୟତା କରିବା ଲାଗି ଏପରି ଉଡ଼ାଣ ଆରମ୍ଭ ହୋଇଥିବା କୁହାଯାଉଛି। ଏପରି ହେବା ଫଳରେ ବିଶ୍ବରେ ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କା ଆରମ୍ଭ ହୋଇଯାଇଛି। ରୁଷିଆ ସହିତ ବେଲାରସୁ ମଧ୍ୟ ୟୁ୍କ୍ରେନ୍ ଉପରେ ଆକ୍ରମଣ କରି ଦେଇଛି। ନିକଟରେ ରୁଷ ଓ ବେଲାରୁସ ମିଶିକି ଯୁଦ୍ଧ ପ୍ରସ୍ତୁତି ଓ ଅଭ୍ୟାସ କରିଥିଲେ। ୟୁକ୍ରେନ୍ ଉପରେ ରୁଷିଆର ୩ ପାର୍ଶ୍ବରେ ଘନଘନ ଆକ୍ରମଣ କରି ଦେଇଛି। ଏହା ମଧ୍ୟରେ ରଷିଆ ପକ୍ଷରୁ ନୌସେନା ଓ ବାୟୁସେନାକୁ ଅଲର୍ଟରେ ରଖାଯାଇଛି। ସ୍ଥଳ ସେନାର ନିର୍ଦେଶ ପରେ ବାୟୁସେନା ଓ ନୌସେନା ଆକ୍ରମଣ କରିବେ। ଏହା ମଧ୍ୟରେ ୟୁକ୍ରେନ୍ର ୨୮ ସୈନ୍ୟ ଠିକଣା ଉପରେ ଆକ୍ରମଣ କରାଯାଇଛି। ରୁଷିଆକୁ ଚେତାବନୀ ଦେବାକୁ ନାଟୋ ଦେଶ ପକ୍ଷରୁ ଜରୁରୀ ବୈଠକ ଡକରା ଦିଆଯାଇଛି। ରୁଷିଆ ସୈନ୍ୟ ପକ୍ଷରୁ ୟୁକ୍ରେନ୍ର ସମସ୍ତ ଏୟାରପୋର୍ଟ ଉପରେ ଟାର୍ଗେଟ୍ କରାଯାଇଛି।
ଅନ୍ୟପକ୍ଷରେ ରୁଷିଆ ରାଷ୍ଟ୍ରପତି ନାଟୋ ସଂଗଠନରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କଗରିଛି। ୟୁକ୍ରେନ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ତୁର୍କି ସହିତ କଥାବାର୍ତ୍ତା ଆରମ୍ଭ ହୋଇଛି। ରୁଷିଆ ପକ୍ଷରୁ ୟୁକ୍ରେନ୍ ୨୩ ସ୍ଥାନରେ ଘନଘନ ଆକ୍ରମଣ କରାଯାଇଛି। ଏହା ମଧ୍ୟରେ ସକାଳେ ୟୁକ୍ରେନ୍ରେ ବଡ଼ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଲୋକମାନେ ନିଜକୁ ରକ୍ଷା କରିବାକୁ ବଙ୍କର ଭିତରେ ଆଶ୍ରୟ ନେଇଛନ୍ତି। ରଷିଆ ପକ୍ଷରୁ ସମସ୍ତ ବ୍ୟବସାୟିକ ବିମାନ ଉଡ଼ାଣ ବନ୍ଦ କରାଯାଇଛି। ରୁଷିଆ ଏୟାର୍ ସ୍ପେସ୍ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି। ଫଳରେ ଏହା ମଧ୍ୟରେ ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବାକୁ ୟୁକ୍ରେନ୍ ଯାଇଥିବା ଏୟାର୍ ଇଣ୍ଡିଆ ବିମାନ ଫେରି ଆସିଛି। ହଜାର ହଜାର ବିଦେଶୀ ନାଗରିକ ବିମାନ ବନ୍ଦର ନିକଟରେ ଫସି ରହିଥିବା ଜାଣିବାକୁ ମିଳିଛି । ଅନେକ ଭାରତୀୟ ମଧ୍ୟ ୟୁକ୍ରେନରେ ରହିଛନ୍ତି । ଯୁଦ୍ଧ ପାଇଁ ସବୁ ଦେଶ ନିଜ ନିଜର ନାଗରିକଙ୍କୁ ୟୁକ୍ରେନରୁ ଆଣୁଥିବାବେଳେ ୟୁକ୍ରେନର ଏହି ନିଷ୍ପତି ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।




admin 