ରାସ୍ତା ତଳକୁ ଖସିଲା ବସ୍
ରାସ୍ତା ତଳକୁ ଖସିଲା ବସ୍
କଟକ: କଟକ-ଚାନ୍ଦବାଲି ରାସ୍ତା ଛପୋଲିଆ ନିକଟରେ ଦୁର୍ଘଟଣା ହୋଇଛି । ଏକ ଯାତ୍ରୀବାହୀ ବସକୁ ହାଇଓ୍ୱା ଧକ୍କା ଦେବା ଫଳରେ ରାସ୍ତା ତଳକୁ ବସଟି ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ୩୦ଜଣ ଆହତ ହୋଇଛନ୍ତି । ସମସ୍ତ ୩୦ଜଣ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏବେ ବି ଉଦ୍ଧାର କାର୍ୟ୍ୟରେ ଜାରି ରହିଛି । ଆହତ ମାନଙ୍କୁ ଉଦ୍ଧାର କରିବା ପରେ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ବସଟି ଚାନ୍ଦବାଲିରୁ ଯାତ୍ରୀ ମାନଙ୍କୁ ଧରି ଭୁବନେଶ୍ୱର ଆସୁଥିଲା ବୋଲି ଜଣାପଡ଼ିଛି । ବସରେ ମୋଟ୍ ୭୦ ଜଣ ଯାତ୍ରୀ ଥିବା ନେଇ ସୂଚନା ମିଳିଛି ।




admin 