ରାସ୍ତା କଡରେ ମା’ ସରସ୍ୱତୀ
ରାସ୍ତା କଡରେ ମା’ ସରସ୍ୱତୀ
ଭୁବନେଶ୍ୱର: ସରସ୍ୱତୀ ପୂଜା ଆସିଲେ ପିଲାଠାରୁ ବୟସ୍କ ସମସ୍ତଙ୍କ ମନରେ ଭରିରହିଥାଏ ଆନନ୍ଦ ଓ ଉତ୍ସାହ । ନୂଆ ଡ୍ରେସ ସାଙ୍ଗକୁ ସଜବାଜ ହୁଏ ପୁର ପଲ୍ଲୀ । ଆଧୁନିକ ଯୁଗରେ ଫିକା ପଡ଼ିଯାଇଛି ମାତାଙ୍କର ଏହି ପବିତ୍ର ଦିନଟି । ଆମେ କହୁଛି ରାଜଧାନୀ ସ୍ମାର୍ଟସିଟି ଭୁବନେଶ୍ୱରର କଥା । ହକି କ୍ରେଜ ସହ ବିଭିନ୍ନ ପ୍ରକାରର ଏଣ୍ଟରଟେଣ୍ଟମେଣ୍ଟ ପୋଗ୍ରାମରେ ଝଲସୁଛି ଭୁବନେଶ୍ୱର ସିଟି । ରାସ୍ତା ଘାଟରେ ଲାଇଟର ଝକମକ କ୍ଷଣିକେ ଅଟକାଇ ଦେଉଛି ମନକୁ । ଏଥିମଧ୍ୟରେ କାଲି ସରିଯାଇଛି ପବିତ୍ର ସାଧାରଣତନ୍ତ୍ର ଦିବସ ଓ ପବିତ୍ର ମା’ ସରସ୍ୱତୀଙ୍କ ପୂଜା । କିନ୍ତୁ ଏହି ଝକମକ ଆଲୁଅ ଭିତରେ ଅବହେଳିତ ହୋଇଛନ୍ତି ମା’ ସରସ୍ୱତୀ । ଲୋକେ ଶିଶିର ସରସ, ହକି ଏବଂ ଦୁଇଦିନ ହେବ ସରିଯାଇଥିବା ଡଟ ଫେଷ୍ଟରେ ଲାଗିଥିଲା ଭିଡ଼ କିନ୍ତୁ ରାଜଧାନୀର ରାଜରାସ୍ତାରେ କାଲିଭଳି ପବିତ୍ର ଦିନରେ ଅବହେଳିତ ହୋଇ ପଡ଼ିରହିଥିଲା ମା’ ସରସ୍ୱତୀଙ୍କର ପବିତ୍ର ମୂର୍ତ୍ତି।
ଏହି ଦୃଶ୍ୟଟି ରାଜଭବନରୁ ଗୋପବନ୍ଧୁ ଛକ ଯିବା ରାସ୍ତାରେ ପଡ଼ିଥିବା କାହାର ନଜର ସେ ମୂର୍ତ୍ତି ଆଡ଼କୁ ନଥିଲା, ଲୋକେ ମଜାନେଉଥିଲେ ଚକମଟ ଲାଇଟ ସାଙ୍ଗର ଆଧୁନିକ ଭୁବନେଶ୍ୱର ଜଲୱା । ଏହିଘଟଣାରେ କିଛି ପ୍ରତ୍ୟେକ୍ଷ ଦର୍ଶି ମାନେ ଉଦବେଗ ପ୍ରକାଶ କରିଛନ୍ତି । ମାତାଙ୍କ ପୂଜା ପରେ ତାଙ୍କୁ ବିସର୍ଜନ କରାହୁଏ । କିନ୍ତୁ ଯଦିଓ ମୂର୍ତ୍ତିଟି ଭାଙ୍ଗିଯାଇଥିଲା ତାହାହେଲେ ବି ତାକୁ ବିସର୍ଜନ କରାନଯାଇ ଯେଉଁଠି ପାନ ଛେପ ପକାଯାଉଥିଲା ସେଠି ମାତାଙ୍କ ମୂର୍ତ୍ତି ପଡ଼ିଥିଲା ।




admin 