ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ
ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ
admin
Feb 25, 2020 - 06:16
Updated: Feb 25, 2020 - 06:16
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଓଡ଼ିଶାର ୪ ଆସନ ସମେତ ୫୫ ଆସନ ପାଇଁ ନିର୍ବାଚନ ହେବ । ନିର୍ବାଚନ ନେଇ ମାର୍ଚ୍ଚ ୬ରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ପତ୍ର ଦାଖଲର ସମୟ ସୀମା ମାର୍ଚ୍ଚ ୧୩ ଧାର୍ଯ୍ୟ କରାଯାଇଛି । ମାର୍ଚ୍ଚ ୧୮ରେ ପ୍ରାର୍ଥୀମାନେ ଚାହିଁଲେ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ସେହିଦିନ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଯଦି ନିର୍ବାଚନର ଆବଶ୍ୟକତା ପଡେ଼ ତେବେ ମାର୍ଚ୍ଚ ୨୬ରେ ଏନେଇ ଭୋଟ ଗ୍ରହଣ କରାଯିବ । ସେହିଦିନ ଭୋଟ ଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।
ଅପ୍ରେଲରେ ଓଡ଼ିଶାର ୪ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, ନରେନ୍ଦ୍ର କୁମାର ସ୍ୱାଇଁ, ସରୋଜିନୀ ହେମ୍ବ୍ରମ ଓ କଂଗ୍ରେସ ସାଂସଦ ରଂଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ଶେଷ ହେଉଛି ବୋଲି କମିଶନ ସୂଚନା ପ୍ରଦାନ କରିଛନ୍ତି । ତେବେ ଏଠାରେ ସୂଚାଇ ଦିଆଯାଇପାରେଯେ, ଗତ ସାଧାରଣ ନିର୍ବାଚନରେ ଅନୁଭବ ମହାନ୍ତି କେନ୍ଦ୍ରାପଡ଼ା ଲୋକସଭା ୍ରଆସନରୁ ବାଜିମାତ କରିବା ପରେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ । ତେବେ ତାଙ୍କ କାର୍ଯ୍ୟକାଳ ବର୍ଷକରୁ କମ ସମୟ ଥିବାରୁ ତାଙ୍କ ଆସନରେ ଆଉ କାହାକୁ ନିର୍ବାଚିତ କରାଯାଇନଥିଲା ।
ସୂଚନାଯୋଗ୍ୟଯେ, ଅପ୍ରେଲ ୪ରେ ମହାରାଷ୍ଟ୍ରର ୭, ଓଡ଼ିଶାର ୪, ତାମିଲନାଡ଼ୁର ୬ ଓ ପଶ୍ଚିମବଙ୍ଗର ୫ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ସେହିପରି ଆନ୍ଧ୍ରପ୍ରଦେଶର ୪, ତେଲେଙ୍ଗାନାର ୨, ଆସାମର ୩, ବିହାରର ୫, ଛତିଶଗଡ଼ର ୨, ଗୁଜୁରାଟର ୪, ହରିୟାଣାର ୨, ହିମାଚଳ ପ୍ରଦେଶର ୧, ଝାରଖଣ୍ଡର ୨, ମଧ୍ୟପ୍ରଦେଶର ୩, ମଣିପୁରର ୧ ଓ ରାଜସ୍ଥାନର ୩ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଅପ୍ରେଲ ୯ରେ