ରାଜ୍ୟରେ ୪୦୩ କୋଭିଡ ପଜିଟିଭ ଚିହ୍ନଟ
ରାଜ୍ୟରେ ୪୦୩ କୋଭିଡ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୭ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୬୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୮ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୨୧୮୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
୨୮ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୮୧ ଜଣ, ସୁନ୍ଦରଗଡ଼ରୁ ୬୬ ଜଣ, ସମ୍ବଲପୁରରୁ ୩୬ ଜଣ,ବଲାଙ୍ଗୀରରୁ ୨୨ ଜଣ, କଳାହାଣ୍ଡିରୁ ୧୯ ଜଣ , ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରୁ ୧୭ ଜଣ ଲେଖାଁଏ, କଟକରୁ ୧୬ ଜଣ, ନୟାଗଡ଼ରୁ ୧୫ ଜଣ, ସୋନପୁରରୁ ୧୪ ଜଣ, ବରଗଡ଼ରୁ ୧୩ ଜଣ, କୋରାପୁଟରୁ ୯ ଜଣ, ବାଲେଶ୍ବରରୁ ୭ ଜଣ, ଗଜପତିରୁ ୬ ଜଣ, ଯାଜପୁରରୁ ୫ ଜଣ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରୁ ୪ ଜଣ ଲେଖାଁଏ, ଦେବଗଡ଼, ଜଗତସିଂହପୁର, ଝାରସୁଗୁଡ଼ା ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଁଏ, ଅନୁଗୁଳ, ଭଦ୍ରକ, ଢ଼େଙ୍କାନାଳ, ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍ରୁ ୧୪ ଜଣ ଆକ୍ରାନ୍ତ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୨୨୧୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୯୬୬ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୩୦୯୦୧୦ ଜଣ ସୁସ୍ଥ ହୋଇଛନ୍ତି ।




admin 