ରାଜ୍ୟରେ ଚତୁର୍ଥ ପର୍ୟ୍ୟା‌ୟ ମତଦାନ ଜାରି

ରାଜ୍ୟରେ ଚତୁର୍ଥ ପର୍ୟ୍ୟା‌ୟ ମତଦାନ ଜାରି

ରାଜ୍ୟରେ ଚତୁର୍ଥ ପର୍ୟ୍ୟା‌ୟ ମତଦାନ ଜାରି

ଭୁବନେଶ୍ୱର: ରାଜ୍ୟରେ ଆଜି ଚତୁର୍ଥ ପର୍ୟ୍ୟାୟ ମତଦାନ ଚାଲିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ଦିନ ଗୋଟାଏ ପର୍ୟ୍ୟନ୍ତ ଚାଲିବ । ଆଜି ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ହେଉଛି ମତଦାନ । ୧୭ ହଜାର ୮୯ଟି ବୁଥରେ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର ମତଦାନ କରିବେ    । 

୧୭,୦୮୯ଟି ବୁଥରେ ମତଦାନ ନିମନ୍ତେ ପର୍ୟ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  । ଏଥିପାଇଁ ୨୫୭ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୧,୪୭୩ଟି ମୋବାଇଲ ପାଟ୍ରୋଲିଂ ଟିମ୍ ମୁତୟନ ହୋଇଛନ୍ତି ।

ମୋଟ୍ ବୁଥ ମଧ୍ୟରୁ ୨୫ ଶହ ୬୩ଟି ବୁଥ ସମ୍ବେଦନଶୀଳ ରହିଛି  । ଏହି ବୁଥ ଉପରେ କଡା ନଜର ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ  । ପ୍ରଥମ ଦ୍ୱିତୀୟ ପର୍ୟ୍ୟାୟଠୁ ତୃତୀୟ ପର୍ୟ୍ୟାୟ ମତଦାନ ବେଳେ ଅଧିକ ହିଂସା ହୋଇଛି  । ତେଣୁ ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାରେ ହେବ ସେ ନେଇ ରାଜ୍ୟ ନିର୍ବାଚନ କମିଶନ ପୋଲିସ ପ୍ରଶାସନ ସହ ଆଲୋଚନା କରିଛନ୍ତି  ।

ସୂଚନାଯୋଗ୍ୟ, ଗତ ୩ଟି ପର୍ୟ୍ୟାୟ ନିର୍ବାଚନରେ ଯେଭଳି ହିଂସାକାଣ୍ଡ ହେଉଛି, ତାହା ରାଜ୍ୟ ପୁଲିସର ବିଫଳତାକୁ ପଦାରେ ପକାଇଥିବା ବେଳେ ରାଜ୍ୟ ପଂଚାୟତ ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ଏତେ ପରିମାଣର ହିଂସାକାଣ୍ଡ ଓ ବିଶୃଙ୍ଖଳା ହେଉଥିବା କୁହାଯାଇଛି ।