ରାଖିଙ୍କ ହାଏ ଡ୍ରାମା

ରାଖିଙ୍କ ହାଏ ଡ୍ରାମା

ରାଖିଙ୍କ ହାଏ ଡ୍ରାମା

ମୁମ୍ବାଇ: ଖବରରେ ସବୁବେଳେ ନଜର ଆସିବା ଓ ମିଡ଼ିଆ ତଥା ଲୋକଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ସବୁବେଳେ ଆଗଭର ଥାଆନ୍ତି ରାଖି ସାୱନ୍ତ । ପ୍ରତିଦିନ କିଛି ନା କିଛି ନୂଆ କାହାଣୀ ବନାଇ କ୍ୟାମେରା ସାମ୍ନାରେ ମିଛ କହିବା ତାଙ୍କର ଗୋଟିଏ ଆଦତ ହୋଇଗଲାଣି । ଗଲା ସପ୍ତାହରେ ସାମାଜିକ ଗଣମାଧ୍ୟମରେ ଜରିଆରେ ସେ ସମସ୍ତଙ୍କୁ ଜଣାଇଥିଲେ ଯେ, ତାଙ୍କ ବନ୍ଧୁ ଅଦିଲଙ୍କୁ ସେ ବିବାହ କରିସାରିଛନ୍ତି । ଏମିତିକି ଫଟୋ ଓ ଭିଡ଼ିଓ ମଧ୍ୟ ଅପଲୋଡ଼ କରିଲେ । ପୁଣି ଏବେ ତାଙ୍କର ଆଉ ଗୋଟିଏ ଡ୍ରାମା କ୍ୟାମେରା ସାମ୍ନାରେ ଆରମ୍ଭ ହୋଇଛି । ସ୍ୱାମୀ ତାଙ୍କୁ ଧୋକା ଦେଇଛନ୍ତି ବୋଲି କାନ୍ଦି କାନ୍ଦି ସେ କ୍ୟାମେରା ସାମ୍ନାରେ ବଖାଣିଛନ୍ତି । ଅନ୍ୟପଟେ ସେ ତାଙ୍କ ମା’ଙ୍କ ରୋଗ ସମ୍ପର୍କରେ ମଧ୍ୟ କହିଛନ୍ତି । ୨-୩ ବର୍ଷ ତଳେ ସେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିବା କଥା କହିଥିଲେ । ରାଖିଙ୍କ ସତର ସତ୍ୟତା ଏବେ ସୁଦ୍ଧା ଜଣାପଡ଼ୁନି । ତାଙ୍କ ପ୍ରିୟଜନଙ୍କ ଗହଣରେ ସେ ‘ମିଛେଇ ରାଖି’ ନାଁରେ ପରିଚିତ ହୋଇଗଲେଣି ।