ରବିବାର ଠାରୁ ଟିକଟକ ଏବଂ ୱି ଚ୍ୟାଟ ବ୍ୟାନ କରିବ ଆମେରିକା

ରବିବାର ଠାରୁ ଟିକଟକ ଏବଂ ୱି ଚ୍ୟାଟ ବ୍ୟାନ କରିବ ଆମେରିକା

ରବିବାର ଠାରୁ ଟିକଟକ ଏବଂ ୱି ଚ୍ୟାଟ ବ୍ୟାନ କରିବ ଆମେରିକା
ନ୍ୟୁୟର୍କ : ଭାରତରେ ଚାଇନିଜ ଆପ ଟିକଟକ ସହିତ ୧୧୮ଟି ଅନ୍ୟାନ୍ୟ ଆପ ବ୍ୟାନ ହୋଇଥିବା ବେଳେ ଆମେରିକା ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରୁଛି । ଆସନ୍ତା ରବିବାର ଠାରୁ ଚାଇନିଜ ଆପ ଟିକଟକ ଏବଂ ୱି ଚାଟକୁ ବ୍ୟାନ କରିବାକୁ ଯାଉଛି । ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଆମେରିକା ସରକାର ଏହି ଘୋଷଣା କରିଛନ୍ତି । ପୂର୍ବରୁ ସେପ୍ଟେମ୍ବର ୧୫ ସୁଦ୍ଧା ଟିକଟକକୁ କୌଣସି ଆମେରିକୀୟ କମ୍ପାନୀକୁ ବିକ୍ରି କରିବା ପାଇଁ ଆମେରିକୀୟ ସରକାର ନିଦେ୍ର୍ଧଶ ଦେଇଥିଲେ । ତେବେ ମାଇକ୍ରୋସଫ୍ଟ ସହିତ ଚୁକ୍ତି ବିଫଳ ହେବା ପରେ ଆଜି ବ୍ୟାନ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି ।