ରପ୍ତାନୀ ହେବ ୧୦୦୦୦ କୋଟି ଡଲାରର ମେକ ଇନ ଇଣ୍ଡିଆ ମୋବାଇଲ

ରପ୍ତାନୀ ହେବ ୧୦୦୦୦ କୋଟି ଡଲାରର ମେକ ଇନ ଇଣ୍ଡିଆ ମୋବାଇଲ

ରପ୍ତାନୀ ହେବ ୧୦୦୦୦ କୋଟି ଡଲାରର ମେକ ଇନ ଇଣ୍ଡିଆ ମୋବାଇଲ
ନୂଆଦିଲ୍ଲୀ: ଦେଶରୁ ରପ୍ତାନି ହେବ ୧୦୦୦୦ କୋଟି ଡଲାର ମୂଲ୍ୟର ମେକ ଇନ ଇଣ୍ଡିଆ ମୋବାଇଲ ଫୋନ । ଏ ଦିଗରେ ଆଇଫୋନ ନିର୍ମାତା ଫକ୍ସକନ, ପେଗାଟ୍ରନ ଏବଂ ୱିସଟ୍ରନ ସମେତ ସାମସଙ୍ଗ, କାର୍ବନ, ଲାଭା ଓ ଡିକ୍ସନ ଆଦି କମ୍ପାନୀ ଗୁଡ଼ିକର ପ୍ରସ୍ତାବକୁ ସରକାର ମଞ୍ଜୁରି ଦେଇଛନ୍ତି । ଏକ ଉଚ୍ଚସ୍ତରୀୟ କମିଟି ପକ୍ଷରୁ ଏହାକୁ ଅନୁମୋଦନ ମିଳିଥିବା ଜଣାଯାଇଛି । ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି ଯେ ଉଚ୍ଚସ୍ତରୀୟ କମିଟି ଉପôାଦନ ସମ୍ପୃକ୍ତ ପ୍ରୋତ୍ସାହନ ସ୍କିମ (ପିଏଲଆଇ) ଅଧୀନରେ ୧୦୦୦ କୋଟି ଡଲାର (୭.୩ ଲକ୍ଷ କୋଟି ଟଙ୍କା)ର ମୋବାଇଲ ଫୋନ ରପ୍ତାନୀ ଆବେଦନ ଗୁଡ଼ିକୁ ମଞ୍ଜୁରି ଦେଇଛି । ଚଳିତ ସପ୍ତାହରେ କ୍ୟାବିନେଟ ବୈଠକରେ ଏ ପ୍ରସ୍ତାବଗୁଡ଼ିକୁ ଉପସ୍ଥାପନ କରାଯିବ ।