ଯୋଗ୍ୟତା ତୁଳନାରେ ନିଯୁକ୍ତିରେ ଯୁବକମାନଙ୍କ ଭରସା ଜାଗ୍ରତ ହୋଇଥାଏ: ପ୍ରଧାନମନ୍ତ୍ରୀ
ଯୋଗ୍ୟତା ତୁଳନାରେ ନିଯୁକ୍ତିରେ ଯୁବକମାନଙ୍କ ଭରସା ଜାଗ୍ରତ ହୋଇଥାଏ: ପ୍ରଧାନମନ୍ତ୍ରୀ
କେନ୍ଦ୍ର ସରକାର ଦେଶର ୧୦ଲକ୍ଷ ବେରୋଜଗାରଙ୍କୁ ସରକାରୀ ନିଯୁକ୍ତି ଦେବାନେଇ ଏକ ମିଶନ ଆରମ୍ଭ କରିଛନ୍ତି । ଏହି କ୍ରମରେ ଆଜି ଦ୍ୱିତୀଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୧ ହଜାର ବେରୋଜଗାରଙ୍କୁ ସରକାରୀ ଚାକିରୀ ପାଇଁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ଦେଶର ଶିକ୍ଷିତ ବେରୋଜଗାରମାନଙ୍କୁ ନିଯୁକ୍ତି ଦେଇ ସରକାର ନିଜ ସୁଶାସନର ପରିଚୟ ଦେଇଛନ୍ତି । ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛନ୍ତି ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି କି, ଯୋଗ୍ୟତା ତୁଳନାରେ ନିଯୁକ୍ତି ଓ ପଦୋନ୍ନତୀ ଫଳରେ ଯୁବକମାନଙ୍କର ଭରସା ଜାଗ୍ରତ ହୋଇଥାଏ । ଏହି ପାରଦର୍ଶିତା ସେମାନଙ୍କୁ ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରେରିତ କରିଥାଏ । ଆମ ସରକାର ଦେଶ ଭିତରେ ନିରନ୍ତର ଭାବେ କାର୍ୟ୍ୟ କରୁଛି ବୋଲି ସେ କହିଛନ୍ତି ।
କେନ୍ଦ୍ର ସରକାର ଆଜି ବଣ୍ଟନ କରିଥିବା ୭୧ ହଜାର ନିଯୁକ୍ତି ପତ୍ରରେ ସାରା ଦେଶର ବିଭିନ୍ନ ସରକାରୀ ବିଭାଗର କନିଷ୍ଠ ଅଭିଜ୍ଞତା , ଲୋକପାଇଲଟ, ଟେକ୍ନିସୟାନ, ନିରୀକ୍ଷକ, ଉପ ନିରୀକ୍ଷକ, କନେଷ୍ଟବଳ, ଗ୍ରମୀଣ ଡାକସେବକ ଭଳି ପଦ ପାଇଁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ।




admin 