ମୃତ ବ୍ୟକ୍ତିଙ୍କ ଜାଲ ଦସ୍ତଖତରେ ଅଢେ଼ଇ କୋଟି ଚଳୁ, ବ୍ୟାଙ୍କ ମ୍ୟାନେଜର ଓ ଋଣୀ ଗିରଫ

ମୃତ ବ୍ୟକ୍ତିଙ୍କ ଜାଲ ଦସ୍ତଖତରେ ଅଢେ଼ଇ କୋଟି ଚଳୁ, ବ୍ୟାଙ୍କ ମ୍ୟାନେଜର ଓ ଋଣୀ ଗିରଫ

ମୃତ ବ୍ୟକ୍ତିଙ୍କ ଜାଲ ଦସ୍ତଖତରେ ଅଢେ଼ଇ କୋଟି ଚଳୁ, ବ୍ୟାଙ୍କ ମ୍ୟାନେଜର ଓ ଋଣୀ ଗିରଫ
ଭୁବନେଶ୍ୱର : ଜଣେ ମୃତ ବ୍ୟକ୍ତିଙ୍କ ଜାଲ ଦସ୍ତଖତରେ ତାଙ୍କ ସମ୍ପତ୍ତି ବନ୍ଧକ ରଖିବା ପରେ ବ୍ୟାଙ୍କରୁ ଅଢେ଼ଇ କୋଟି ଟଙ୍କା ଋଣ ନେଇ ଚଳୁ କରି ଦେଇଥିବା ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ସେହିଭଳି ଋଣ ମଞ୍ଜୁର କଲଶବେଳେ ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ସମସ୍ତ ରେକର୍ଡ ପତ୍ରକୁ ଠିକରେ ଯାଞ୍ଚ କରିନଥିବା ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜରଙ୍କୁ ମଧ୍ୟ ଗିରଫ କରାଯାଇଛି । ଜୟଦେବ ବିହାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଶାଖାରୁ ହୋଇଥିବା ଏହି ଠକେଇ ସମ୍ପର୍କରେ ପିଏନବି ଭୁବନେଶ୍ୱର ସର୍କଲ ମୁଖ୍ୟ ପରେଶ କୁମାର ଦାସଙ୍କ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚର ଅର୍ଥନୈତକ ଅପରାଧ ଶାଖା (ଇଓ ଡବ୍ଲୁ୍ୟ) ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଉକ୍ତ ଶାଖାର ତକ୍ରାଳୀନ ମ୍ୟାନେଜର ତଥା ମୂଲ୍ୟାୟନ ଅଧିକାରୀ ଶ୍ରୀକାନ୍ତ ପ୍ରସାଦ ପୃଷ୍ଟି (ଏବେ ବାପୁଜୀନଗର ପିଏନବିରେ କାର୍ଯ୍ୟରତ) ଓ ଋଣ ଗ୍ରହୀତା ଭୀମଟାଙ୍ଗି କେପି ସଲୁ୍ୟସନ୍ସର ପ୍ରୋପ୍ରାଇଟର କାଳୀପ୍ରସାଦ ମିଶ୍ର ।