ମିଠା ବାଣ୍ଟିଲେ, ଲଣ୍ଡା ହେଲେ
ମିଠା ବାଣ୍ଟିଲେ, ଲଣ୍ଡା ହେଲେ
ଭୁବନେଶ୍ୱର: ମୋଦି ସରକାର ମୁଣ୍ଡ ନୁଆଁଇଲା । ଜବରଦସ୍ତି ଲଦି ଦେଇଥିବା ୩ କୃଷି ଆଇନ ପ୍ରତ୍ୟାହାର ପାଇଁ ନିଜେ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ଏଥିରେ ଦେଶବ୍ୟାପୀ କୃଷକ ସଂଗଠନ ଖୁସି ପାଳିଥିବାବେଳେ କଂଗ୍ରେସ ବିଜୟ ଉତ୍ସବ ପାଳନ କରିଛି । ଭୁବନେଶ୍ୱରରେ କଂଗ୍ରେସ ଭବନରେ ମିଠା ବଣ୍ଟନ ହୋଇଥିଲା । ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଥିଲେ କଂଗ୍ରେସ ନେତା ଓ କର୍ମୀ । ରାଜ୍ୟ ପ୍ରଭାରୀ ଏ.ଚେଲ୍ଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ସମେତ ଦଳର ସବୁ ଆଗଧାଡ଼ିଆ ନେତା କଂଗ୍ରେସ ଭବନରେ ମିଠା ଖୁଆଇ ଖୁସି ବ୍ୟକ୍ତ କରିଥିଲେ । ଖାଲି ସେତିକି ନୁହେଁ, ମୋଦି ସରକାରଙ୍କ ପରାଜୟ ଓ କୃଷକ ବିଜୟରେ ଖୁସି ହୋଇ କିଛି ନେତା ଲଣ୍ଡା ହୋଇଥିଲେ । ଏଥିରେ ପିସିସି ମୁ୍ଖପାତ୍ର ପଦ୍ମାକର ଗୁରୁ ବି ଥିଲେ । ଜୟ କିଷାନ ଓ ରାହୁଲ ଗାନ୍ଧି ନାରାରେ କମ୍ପିଥିଲା କଂଗ୍ରେସ ଭବନ ପରିସର ।




admin 