ମା’ ସାରଳା ଙ୍କ ପୀଠର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ

ମା’ ସାରଳା ଙ୍କ ପୀଠର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ

ମା’ ସାରଳା ଙ୍କ ପୀଠର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଅନୁଯାୟୀ  ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରେ ଜଗତସିଂହପୁରର ଝଙ୍କଡ଼ ପୀଠକୁ ଯାଇ  ମା ସାରଳାଙ୍କୁ ପୂଜାର୍ଚନା କରିଥିଲେ  ଏବଂ ପୀଠ ର ବିକାଶ ସମ୍ପର୍କରେ ସେବାୟତ , ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ  ସହ  ଆଲୋଚନା କରିଥିଲେ।

ଝଙ୍କଡ଼ ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତି ପୀଠ। ମା’ ସାରଳାଙ୍କ ଆଶୀର୍ବାଦରୁ ଏହି ପୀଠରୁ  ଆଦି କବି  ସାରଳା  ଦାସ ସାରଳା  ମହାଭାରତ  ରଚନା  କରିଥିଲେ। ପ୍ରତିଦିନ ଏହି ପୀଠକୁ ମା’ ଙ୍କ ଦର୍ଶନ  ପାଇଁ ବିଭିନ୍ନ ସ୍ଥାନରୁ  ଭକ୍ତ  ମାନେ ଆସିଥା’ନ୍ତି। ତେଣୁ ଭକ୍ତମାନଙ୍କ ସୁବିଧା  ପାଇଁ ପୀଠ ର ବିକାଶ ଜରୁରୀ  ହୋଇ  ପଡିଛି।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ପାଣ୍ଡିଆନ ପୀଠର ବିକାଶ ସମ୍ପର୍କରେ ସେବାୟତ, ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା  କରିଥିଲେ।

ପୀଠର ଆବଶ୍ୟକତାକୁ ଭିତ୍ତି କରି ବିକାଶ ପାଇଁ ତୁରନ୍ତ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ଦେଇ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ୫-ଟି ମଡେଲରେ ଏହା କାର୍ୟ୍ୟକାରୀ କରାଯିବ।

ଏହି ପରିଦର୍ଶନ ସମୟରେ  ଜଗତସିଂହପୁର ଜିଲ୍ଲାପାଳ ସୁଶ୍ରୀ ପାରୁଲ ପାଟୱାରୀ ଓ ଜିଲ୍ଲାର ବରିଷ୍ଠ  ଅଧିକାରୀ  ମାନେ ଉପସ୍ଥିତ  ଥିଲେ।