ମାଡ଼ି ବସିଲେଣି ପଡ଼ୋଶୀ ରାଜ୍ୟ : ସୀମାବିବାଦକୁ ନେଇ ବିରୋଧୀ ଦେଲେ ମୁଲତବୀ ପ୍ରସ୍ତାବ

ମାଡ଼ି ବସିଲେଣି ପଡ଼ୋଶୀ ରାଜ୍ୟ : ସୀମାବିବାଦକୁ ନେଇ ବିରୋଧୀ ଦେଲେ ମୁଲତବୀ ପ୍ରସ୍ତାବ

ମାଡ଼ି ବସିଲେଣି ପଡ଼ୋଶୀ ରାଜ୍ୟ : ସୀମାବିବାଦକୁ ନେଇ ବିରୋଧୀ ଦେଲେ ମୁଲତବୀ ପ୍ରସ୍ତାବ
ଭୁବନେଶ୍ୱର: ଦିନକୁ ଦିନ ସଂଙ୍କୁଚିତ ହେଉଛି ଓଡ଼ିଶା ସୀମା । ମାଡ଼ି ବସିଲେଣି ପଡ଼ୋଶୀ ରାଜ୍ୟ । କିନ୍ତୁ ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି । ବିଧାନସଭାରେ ଅଭିଯୋଗ ଆଣି ମୁଲତବୀ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ବିରୋଧୀ । ମାନ୍ୟବର ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଉତର ଦାବୀ କରିଛନ୍ତି ବିରୋଧି । ତେବେ କୋରାପୁଟ କୋଟିଆକୁ ଆନ୍ଧ୍ର ନିଜର ବୋଲି ଦାବି କରୁଛି । ବିଭିନ୍ନ ସୀମାନ୍ତବର୍ତୀ ଜିଲ୍ଲାକୁ ମାଡି ଆସୁଛି ଆନ୍ଧ୍ରପ୍ରଦେଶ । ନିକଟରେ କୋରାପୁଟର କୋଟିଆ ସମେତ ମାଲକାନଗିରି, ଗଜପତି, ଗଂଜାମ ଓ ରାୟଗଡା ଜିଲ୍ଲାର ସୀମାନ୍ତବର୍ତୀ ଗାଁକୁ ନିଜ ଅକ୍ତିଆରକୁ ନେବାକୁ ଉଦ୍ୟମ କରୁଛି ପଡୋଶୀ ରାଜ୍ୟ । ଏନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲେ ବି ନିକଟରେ ଓଡିଶା ଗାଁରେ ନିର୍ବାଚନ କରି ସାରିଛି ଆନ୍ଧ୍ରପ୍ରଦେଶ । ତଥାପି ରାଜ୍ୟ ସରକାର ଚୂପ ବସିଛନ୍ତି । ଆଜିର ବିଧାନସଭାରେ ସୀମା ବିବାଦକୁ ନେଇ ମୁଲତବୀ ପ୍ରସ୍ତାବ ରଖି ମନ୍ତ୍ରୀଙ୍କ ଉତର ଦାବି କରିଛନ୍ତି ବିରୋଧୀ ।