ମାମଲାର ସମାଧାନ ପାଇଁ ୧୩୯୬୦ କୋଟି ଟଙ୍କା ଅଫର ଦେଲେ ମାଲ୍ୟା

ମାମଲାର ସମାଧାନ ପାଇଁ ୧୩୯୬୦ କୋଟି ଟଙ୍କା ଅଫର ଦେଲେ ମାଲ୍ୟା

ନୂଆଦିଲ୍ଲୀ: ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ହେବା ପ୍ରାୟତଃ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ପ୍ରତ୍ୟର୍ପଣ ପୂର୍ବରୁ ମାଲ୍ୟା ତାଙ୍କ ମାମଲାର ସମାଧାନ ପାଇଁ ବ୍ୟାକୁଳ ହୋଇପଡ଼ିଛନ୍ତି । ୧୩୯୬୦ କୋଟି ଟଙ୍କା ବ୍ୟାଙ୍କ ଗୁଡ଼ିକୁ ଦେବାକୁ ପ୍ରସ୍ତାବ ଦେଇଛନ୍ତି । ମାଲ୍ୟାଙ୍କ ଓକିଲ ଭାରତର ସର୍ବୋଚ୍ଚ ଅଦାଲତଙ୍କୁ ଗତ ଗୁରୁବାର ଏହି ସୂଚନା ଦେବା ସହ କହିଛନ୍ତି । ମାଲ୍ୟାଙ୍କ ଦ୍ୱାରା ଦିଆଯାଇଥିବା ବ୍ୟାପକ ପ୍ୟାକେଜକୁ ଯଦି ଗ୍ରହଣ କରି ନିଆଯାଏ ତାହା ହେଲେ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟର ମାମଲା ଫଇସଲା ହୋଇଯିବ । ପ୍ରଧାନ ବିଚାରପତି ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସମ୍ମୁଖରେ ଆଇନଜୀବୀ ଯଦିଓ ପ୍ୟାକେଜର ବିସ୍ତୃତ ରୂପ ରେଖ ଚୂଡାନ୍ତ ରଖି ନାହାନ୍ତି ତେବେ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମାଲ୍ୟା ଗତ ମାସରେ ୧୩୯୬୦ କୋଟି ଟଙ୍କାର ରଫାଦଫା ଅଫର ରଖିଛନ୍ତି । ମାମଲା ସମାଧାନ ପୂର୍ବରୁ ଯେତେ ଅଫର ଦେଇଛନ୍ତି ଏହା ତାହାଠାରୁ ଅଧିକ । ତେବେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଏଭଳି ଅଫର ଦେବାର ଅଭ୍ୟାସ ମାଲ୍ୟାଙ୍କର ରହିଛି । ମାଲ୍ୟା ଭାରତ ଆସିବା ପୂର୍ବରୁ ପ୍ରଥମେ ଏହି ଅର୍ଥ ଜମା କରନ୍ତୁ ବୋଲି ସେ ଯୁକ୍ତି ଦର୍ଶାଇଥିଲେ । ବିଭିନ୍ନ ବ୍ୟାଙ୍କରୁ କିଙ୍ଗଫିସର ଏୟାରଲାଇନ୍ସ ପାଇଁ ପ୍ରାୟ ୯ ହଜାର କୋଟି ଟଙ୍କା ଋଣ ନେଇଥିବା ମାଲ୍ୟା ଏହାକୁ ପରିଶୋଧ ନ କରି ଲଣ୍ଡନ ଫେରାର ହୋଇଯାଇଛନ୍ତି ।