ମାଓ ନେତା ମିଲିନ୍ଦ ଟେଲଟୁମ୍ବଦେ ନିହତ

ମାଓ ନେତା ମିଲିନ୍ଦ ଟେଲଟୁମ୍ବଦେ ନିହତ

ମାଓ ନେତା ମିଲିନ୍ଦ ଟେଲଟୁମ୍ବଦେ ନିହତ

ମୁମ୍ବାଇ: ମହାରାଷ୍ଟ୍ର ଏନକାଉଣ୍ଟରରେ ଟପ୍ ମାଓ ନେତା ମିଲିନ୍ଦ ଟେଲଟୁମ୍ବଦେ ନିହତ । ଶନିବାରଏନକାଉଣ୍ଟରରେ ନିହତ ହୋଇଥିବା ୨୬ ମାଓବାଦୀଙ୍କ ମଧ୍ୟରେ ଟେଲଟୁମବେଦ ଥିବା ଜଣାପଡିଛି । ଏ ନେଇ ଗଡଚିରୋଲି ପୋଲିସ ସ୍ପଷ୍ଟ କରିଛି ।

ଗଡଚିରୋଲି ପୋଲିସ୍ କହିଛି ଯେ, ଗତକାଲି ଘଟିଥିବା ଏନକାଉଣ୍ଟରେ ମିଲିନ୍ଦର ମୃତ୍ୟୁ ଘଟିଛି । ସେ ମାଓବାଦୀ ସଂଗଠନର ସେଣ୍ଟ୍ରାଲ ଜୋନ୍ କମିଟିର ସଦସ୍ୟ ଥିଲେ । ମହାରାଷ୍ଟ୍ର, ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡିଶା ଇତ୍ୟାଦି ୬ ଟି ରାଜ୍ୟରେ ଜଣେ ସକ୍ରିୟ ନକ୍ସଲ ଥିଲା । ତା' ନାମରେ ୫୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ସାରା ଦେଶରେ ନକ୍ସଲ କାର୍ୟ୍ୟକଳାପରେ ମାଓବାଦୀ ନେତା ମିଲିନ୍ଦ ଟେଲ୍ଟମ୍ବଡେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।