ମାଓବାଦୀଙ୍କ ଲଙ୍କାକାଣ୍ଡ, ଗାଡି ପୋଡିଦେଲେ

ମାଓବାଦୀଙ୍କ ଲଙ୍କାକାଣ୍ଡ, ଗାଡି ପୋଡିଦେଲେ

ମାଲକାନଗିରି : ଲାଲବାହିନୀର ଲଙ୍କାକାଣ୍ଡ। ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ପୁଣି ମାଓ ହିଂସା । ଭଣ୍ଡାରି କୋତ୍ତାଗୂଡେମ ଜିଲ୍ଲାରେ ଗାଡି ପୋଡିଦେଲେ ମାଓବାଦୀ।

ସୂଚନାନୁଯାୟୀ, ଭଣ୍ଡାରି କୋତ୍ତାଗୂଡେମ ଜିଲ୍ଲା ଚେରଲା ଥାନା ଗୋରକୋଣ୍ଡା ଗାଁ ନିକଟରେ ବନ ବିଭାଗ ତରଫରୁ ରାସ୍ତା ନିର୍ମାଣ କାର୍ୟ୍ୟ ଚାଲିଥିଲା । ଏହି ସମୟରେ ନକ୍ସଲମାନେ ସେଠାରେ ପହଞ୍ଚି ଏକ ପ୍ରୋକଲିନ ମେସିନରେ ନିଆଁ ଲଗାଇ ପୋଡି ଦେଇଛନ୍ତି । ମାଓବାଦୀମାନେ ପୂର୍ବରୁ ଏହି ରାସ୍ତାକାମକୁ ବିରୋଧ କରି ଆସୁଥିଲେ। ତେବେ ଏହି ଘଟଣା ପରେ ଘଟଣାସ୍ଥଳରେ ସିଆରପିଏଫ ଓ ଏସଟିଏଫ ବାହିନୀ ପହଞ୍ଚି କୁମ୍ବିଂ ଅପରେସନ ଆରମ୍ଭ କରିଛନ୍ତି । ସେପଟେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।