ମହାନଗର ନିର୍ବାଚନରେ ସାମ୍ବାଦିକଙ୍କ ଦବ୍‌ଦବା

ମହାନଗର ନିର୍ବାଚନରେ ସାମ୍ବାଦିକଙ୍କ ଦବ୍‌ଦବା

ମହାନଗର ନିର୍ବାଚନରେ ସାମ୍ବାଦିକଙ୍କ ଦବ୍‌ଦବା

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ଏବେ ଏକ ନୂଆ କଥା ଦେଖିବାରେ ମିଳିଛି। ଏହାକୁ ନେଇ ରାଜଧାନୀ ରାଜନୀତି ସରଗରମ ହୋଇଯାଇଛି।  ବିଜେଡ଼ି, ବିଜେପି ଓ କଂଗ୍ରେସ ଶିବିରରେ ଏବେ ଆଶାୟୀମାନେ ଟିକେଟ ପାଇଁ ଭିଡ଼ ଲଗାଇଛନ୍ତି। 

ତିନି ଦଳ ପକ୍ଷରୁ ଏବେ ପ୍ରାର୍ଥୀ ଚୟନ ନେଇ କସରତ ଚାଲିଥିବାବେଳେ ସାମ୍ବାଦିକମାନେ ବି ପଛରେ ନାହାନ୍ତି  । ସାମ୍ବାଦିକାରୁ ରାଜନେତ୍ରୀ ପାଲଟିଥିବା ସୁଲୋଚନା ଦାସଙ୍କୁ ବିଜୁ ଜନତା ଦଳ ମେୟର ପ୍ରାର୍ଥୀ କରିଥିବାବେଳେ ବିଜେପି ପ୍ରାର୍ଥୀ ଡକ୍ଟର ସୁନୀତି ମୁଣ୍ଡ ମଧ୍ୟ ସାମ୍ବାଦିକ କ୍ଷେତ୍ର ସହ ଜଡ଼ିତ ଥିଲେ  । 

ସେହିପରି ଫଟୋ ସାମ୍ବାଦିକ ଦୀପକ ମହାପାତ୍ରଙ୍କୁ ୫୨ ନମ୍ବର ୱାଡର଼୍ ପାଇଁ କଂଗ୍ରେସ ପକ୍ଷରୁ କର୍ପୋରେଟର ପ୍ରାର୍ଥୀ କରାଯାଇଛି।। ଶ୍ରୀ ମହାପାତ୍ର ଦୀର୍ଘ ଦୁଇ ଦଶନ୍ଧି ଧରି ସାମ୍ବାଦିକତା କ୍ଷେତ୍ର ସହ ଜଡ଼ିତ  । ଜଣେ ଫଟୋ ସାମ୍ବାଦିକ ଭାବେ ସେ ବେଶ ସୁଖ୍ୟାତି ଲାଭ କରିଛନ୍ତି  । ତେବେ ସାମ୍ବାଦିକତାରୁ ଅବ୍ୟାହତି ନେଇ ସେ କଂଗ୍ରେସରେ ଯୋଗଦାନ କରିଥିଲେ। ସମ୍ପ୍ରତି ସେ ପ୍ରଦେଶ କଂଗ୍ରେସର ମିଡ଼ିଆ ସଂଯୋଜକ ଭାବେ କାର୍ୟ୍ୟ କରୁଛନ୍ତି। ପୂର୍ବରୁ ମଧ୍ୟ ତାଙ୍କର କର୍ପୋରେଟର ନିର୍ବାଚନ ଲଢ଼ିବାର ଅଭିଜ୍ଞତା ରହିଛି। ଆସନ୍ତାକାଲି ଅର୍ଥାତ ସୋମବାର ଦିନ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଶ୍ରୀ ମହାପାତ୍ର ପ୍ରାର୍ଥିପତ୍ର ଦାଖଲ କରିବେ  ।