ମମିତା ହତ୍ୟା ଘଟଣାରେ ବ୍ୟବହୃତ ଜେସିବି ଜବତ କଲା ପୁଲିସ

ମମିତା ହତ୍ୟା ଘଟଣାରେ ବ୍ୟବହୃତ ଜେସିବି ଜବତ କଲା ପୁଲିସ

ମମିତା ହତ୍ୟା ଘଟଣାରେ ବ୍ୟବହୃତ ଜେସିବି ଜବତ କଲା ପୁଲିସ

ବଲାଙ୍ଗିର: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବ୍ୟବହୃତ ଜେସିବି ଓ ସ୍କୁଟିକୁ ଜବତ କରିଛି ପୁଲିସ।  ମହାଲିଙ୍ଗରୁ ଏହି ଦୁଇ ଗାଡ଼ିକୁ ଜବତ କରି ସିନ୍ଧେକେଲା ଥାନାକୁ ଅଣାଯାଇଛି। ମମିତାଙ୍କୁ ହତ୍ୟା କରିବା ପରେ ଗୋବିନ୍ଦ ସାହୁ ଶବ ପୋତିବାକୁ ଏହି ଜେସିବି ବ୍ୟବହାର କରିଥିଲା। ସେହିପରି ଶବ ପୋଡ଼ିବା ପାଇଁ ଟାୟାର ଆଣିବାକୁ ଏହି ସ୍କୁଟି ବ୍ୟବାହର କରିଥିଲା। ଜେସିବି ଓ ସ୍କୁଟି ଜବତ କରି ଥାନାକୁ ଆଣିଲା ସିନ୍ଧେଇକେଲା ପୋଲିସଇୟଗ୍ଦ ଭଚ୍ଚ

ମମିତାକୁ ହତ୍ୟାକରୀ ମହାଲିଙ୍ଗ ସ୍କୁଲ ପଡିଆରେ ଜେ.ସି.ବି ସାହାଯ୍ୟରେ ଗାତଖୋଲି ପୋତିଦେଇଥିବା ପୋଲିସ କହିଥିଲା । ଏହା ସହିତ ଗୋବିନ୍ଦ ସାହୁ ନିଜ ସ୍କୁଟିରେ ଶବ ପୋଡିବା ପାଇଁ ଟାୟାର ଆଣିଥିବା ପୋଲିସକୁ କହିଥିଲା । ତେଣୁ ସିନ୍ଧେକେଲା ପୋଲିସ ମହାଲିଙ୍ଗରୁ ଘଟଣାରେ ବ୍ୟବହୃତ ଜେ.ସି.ବି ଏବଂ ଗୋବିନ୍ଦର ସ୍କୁଟିକୁ ଜବତ କରି ଥାନାକୁ ଆଣିଛି । ଜେ.ସି.ବି ଡ୍ରାଇଭର ଗାତ ଖୋଲିବା ଏବଂ ଗାତ ପୋତିବା କାମ କରିଥିଲେ, ମଧ୍ୟ ହତ୍ୟାକାଣ୍ଡ ସଂପର୍କରେ ଜାଣିନଥିବା କହିବାରୁ ତାକୁ ଛାଡି ଦେଇଥିଲା ପୁଲିସ୍ । ଏପରିକି ଜେ.ସି.ବି ଡ୍ରାଇଭରକୁ ପୋଲିସ ସାକ୍ଷୀ କରିଥିବା ଜଣାପଡିଛି ।  ଜେ.ସି.ବି ଡ୍ରାଇଭରକୁ ଛାଡି ଦେଇଥିଲେ ମଧ୍ୟ ଜେ.ସି.ବିକୁ ଜବତ କରିଛି ପୋଲିସ।