ମମତାଙ୍କୁ ବିଜୟର ଶୁଭେଶ୍ଛା ଜଣାଇଲେ ରାଜନାଥ ସିଂହ

ମମତାଙ୍କୁ ବିଜୟର ଶୁଭେଶ୍ଛା ଜଣାଇଲେ ରାଜନାଥ ସିଂହ

ମମତାଙ୍କୁ ବିଜୟର ଶୁଭେଶ୍ଛା ଜଣାଇଲେ ରାଜନାଥ ସିଂହ
କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଭୋଟ ଗଣତି ଶେଷ ହୋଇନଥିଲେବି ମମତା ବାନାର୍ଜୀଙ୍କ ଟିଏମସି ୨୦୭ ଆସନରେ ଆଗୁଆ ରହିଛି । ଅପରପକ୍ଷରେ ପରୋକ୍ଷରେ ବିଜେପି ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇବା ପରେ ଏହା ସ୍ପଷ୍ଟ ହୋଇଛି । ଅପରାହ୍ନ ୪ଟା ସୁଦ୍ଧା ନିର୍ବାଚନ କମିଶନ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ଟିଏମସି ୨୦୭ ଆସନରେ ଆଗୁଆ ଥିବାବେଳେ ବିଜେପି ୭୮ ଆସନରେ ଆଗୁଆ ରହିଛି । ଅପରପକ୍ଷରେ ଏଜେଏସୟୂ ୧, ସ୍ୱାଧୀନ ୧, ରାଷ୍ଟ୍ରୀୟ ସିକୁଲାର ମଜଲିସ ପାର୍ଟି ୧ ଆସନରେ ଆଗୁଆ ରହିଛି । ଅପରପକ୍ଷରେ ନନ୍ଦୀଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୧୨ ଶହ ଭୋଟରେ ଜିତିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।