ମନ କି ବାତ୍ : ଅକ୍ସିଜେନ ଉପôାଦନ ୧୦ ଗୁଣା ବୃଦ୍ଧି

ମନ କି ବାତ୍ : ଅକ୍ସିଜେନ ଉପôାଦନ ୧୦ ଗୁଣା ବୃଦ୍ଧି

ମନ କି ବାତ୍ : ଅକ୍ସିଜେନ ଉପôାଦନ ୧୦ ଗୁଣା ବୃଦ୍ଧି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ଆଜି ହୋଇଛି । ଆଜି ଅଲ ଇଣ୍ଡିଆ ରେଡିଓ ମାଧ୍ୟମରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନିଜର ମନ କଥା ଖୋଲିକି କହୁଥିଲେ । ସେ କହିଛନ୍ତି, ଦେଶବାସୀ ଏକଜୁଟ୍ ହୋଇ କରୋନା ବିରୋଧରେ ଲଢୁଛନ୍ତି । ବଡ ବିଜୟ ପାଇଁ ଦୃଢ ସଂକଳ୍ପର ଆବଶ୍ୟକତା ରହିଛି । ଜୀବନକୁ ବାଜି ଲଗାଇ ସ୍ୱାସ୍ଥ୍ୟକର୍ମୀ କାମ କରୁଛନ୍ତି । ଦ୍ୱିତୀୟ ଲହର ସମୟରେ ଅକ୍ସିଜେନର ଆବଶ୍ୟକତା ବଢିଛି । ଅକ୍ସିଜେନ ଯୋଗାଇବାକୁ ଯୁଦ୍ଧସ୍ତରରେ କାମ ଚାଲିଛି । ଅକ୍ସିଜେନ ଏକ୍ସପ୍ରେସ ଜରିଆରେ ଅକ୍ସିଜେନ ପହଂଚାଯାଉଛି । ଜଳ-ସ୍ଥଳ-ଆକାଶ-ରେଳ ପଥରେ ଅକ୍ସିଜେନ ସ୍ଥାନାନ୍ତରଣ ଚାଲିଛି । ଦେଶରେ ଅକ୍ସିଜେନ ଉପôାଦନ ୧୦ ଗୁଣା ଯାଏଁ ବଢିଛି । ଦିନକୁ ୯୫୦୦ ମେଟି୍ରକ ଟନ୍ ଅକ୍ସିଜେନ ଉପôାଦିତ ହେଉଛି । ଦେଶରେ ୨୫୦୦ ଟେଷ୍ଟିଂ ଲ୍ୟାବ କାମ କରୁଛି । ଦୈନିକ ଦେଶରେ ୨୦ ଲକ୍ଷରୁ ଅଧିକ ଟେଷ୍ଟିଂ ହେଉଛି । କରୋନା ଲଢେଇ ଆମେ ନିଶ୍ଚିତ ଜିତିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭ୍ୟାକ୍ସିନ ଯୋଗୁଁ ଆମେ କରୋନା ଲଢେଇ ଜିତିବା ବୋଲି ମନ କି ବାତରେ ମୋଦି କହିଛନ୍ତି ।