ମନ୍ତ୍ରୀଙ୍କୁ ଗାଳିଗୁଳଜ ଘଟଣା- ରାଜା ଗିରଫ

ମନ୍ତ୍ରୀଙ୍କୁ ଗାଳିଗୁଳଜ ଘଟଣା- ରାଜା ଗିରଫ

ମନ୍ତ୍ରୀଙ୍କୁ ଗାଳିଗୁଳଜ ଘଟଣା- ରାଜା ଗିରଫ
ବଲାଙ୍ଗିର ଜିଲା ତୁଷୁରା ଏନଏସି କାର୍ଯ୍ୟାଳୟ ସଭାଗୃହରେ ମହିଳା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଟୁକୁନି ସାହୁଙ୍କୁ ତାଙ୍କ ଦଳୀୟ କର୍ମୀ ସୁବଳ ବର୍ଗୀ ଓରଫ ରାଜା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ତୁଷୁରା ଏନଏସି ଅଧ୍ୟକ୍ଷା ଭାଗ୍ୟଶ୍ରୀ ନାଗ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ମାମଳା ରୁଜୁ କରି ଆଜି ରାଜାକୁ ଗିରଫ କରି ବଲାଙ୍ଗିର କୋର୍ଟ ଚାଳାନ କରିଥିଲେ । ଜାମିନ ନମିଳିବାରୁ ରାଜାଙ୍କୁ ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବେଳେ ତାର ସହଯୋଗୀଙ୍କୁ ଖୋଜା ଚାଳିଛି ବୋଲି ପୋଲିସ ପକ୍ଷରୁ ପ୍ରକାଶ ପାଇଛି । ସୂଚନା ଅନୁଯାଇ ମଙ୍ଗଳବାର ମନ୍ତ୍ରୀ ଶ୍ରୀମତୀ ସାହୁ ଏକ ଦଳୀୟ କାର୍ଯ୍ୟକ୍ରମ ସାରି ତୁଷୁରା ଏନଏସି କାର୍ଯ୍ୟାଳୟକୁ ଆସିଥିଲେ । ଏନଏସି ଅଧ୍ୟକ୍ଷା ଭାଗ୍ୟଶ୍ରୀ ନାଗଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟାଳୟର ସଭାଗୃହରେ ଏକ ବୈଠକରେ ଚାଳିଥିବା ବେଳେ ମନ୍ତ୍ରୀ ମଧ୍ୟ ଉକ୍ତ ବୈଠକରେ ଯୋଗ ଦେଇଥିଲେ । କିନ୍ତୁ ହଠାତ ରାଜା ଓ ତାର କିଛି ସହଯୋଗୀ ପଶିଯାଇ ଠିକାକାମକୁ ନେଇ ମନ୍ତ୍ରୀଙ୍କ ସହ ଯୁକ୍ତତର୍କ କରିଥିଲେ । ଏହାପରେ ରାଜା, ମନ୍ତ୍ରୀ ଓ ଏନଏସି ଅଧ୍ୟକ୍ଷାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୋଲୋଜ କରିଥିଲେ । ଏହାପରେ ଏନଏସି ଅଧ୍ୟକ୍ଷା ବିଦ୍ଧିବତ ଭାବେ ଲିଖିତ ଅଭିଯୋଗ ଦେବା ପରେ ପୋଳିସ ଆଜି ରାଜାକୁ ଗିରଫ କରିଥିଲା । ଏହାସହିତ, ରାଜା ମନ୍ତ୍ରୀଙ୍କ ନାମ ନେଇ ଏ ଅଂଚଳର ବିଭିନ୍ନ ଲୋକଙ୍କୁ ଧମକ ଚମକ ଦେବା ସହ ବଟି ଆଦାୟ କରୁଥିଲେ । ଏଣୁ ତାଙ୍କ ବିରୁଦ୍ଧରେ ବିଭିନ୍ନ ଥାନରେ ବହୁ ମାମଲା ମଧ୍ୟ ରହିଛି ।