ମଦ ଦୋକାନରେ ମଦ ପିଇବାକୁ ଅନୁମତି

ମଦ ଦୋକାନରେ ମଦ ପିଇବାକୁ ଅନୁମତି

ମଦ ଦୋକାନରେ ମଦ ପିଇବାକୁ ଅନୁମତି
ଭୁବନେଶ୍ୱର: ଦୀର୍ଘ ନ ମାସ ହେବ ମନ ଖୋଲି ମଦ୍ୟ ପାନ କରିବାକୁ ସ୍ଥାନ ପାଉ ନଥିଲେ।ମାତ୍ର ବର୍ତ୍ତମାନ ସରକାର ସେମାନଙ୍କ ପାଇଁ ଏକ ଖୁସି ଖବର ଆଣି ଥିବାର ଜଣା ପଡ଼ିଛି।ସୂଚନା ଅନୁସାରେ ଏଥର ଠିପି ଖୋଲା ମଦ ଦୋକାନ ଗୁଡିକରେ ଗ୍ରାହକ ମାନେ ନିଶ୍ଚିନ୍ତରେ ବସି ମଦ୍ୟପାନ କରି ପାରିବେ ବୋଲି ଅବକାରୀ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।ମାତ୍ର କୋଭିଡ-୧୯ ନିୟମ କୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଧେଶ ଦିଆଯାଇଛି।କେବଳ ଠିପିଖୋଲା ମଦ ଦୋକାନ ଗୁଡିକ ନୁହେଁ କ୍ଲବ, ବିଅର ପାର୍ଲର, ରେଷ୍ଟୁରାଣ୍ଟ, ହୋଟେଲ ଗୁଡିକରେ ମଧ୍ୟ କୋଭିଡ-୧୯ ନିୟମ ମାନି ଗ୍ରାହକ ମାନେ ମଦ୍ୟପାନ କରି ପାରିବେ।କିନ୍ତୁ ଏସବୁ ସ୍ଥାନରେ କୋଭିଡ-୧୯ ନିୟମ ପାଳନ ହେଉଛି କି ନାହିଁ ତାହା ଉପରେ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ନଜର ରଖିବ ବୋଲି କୁହାଯାଇଛି।