ଭୋଟ ମଇଦାନରେ ୫ ରାଜ୍ୟସଭା ସାଂସଦ

ଭୋଟ ମଇଦାନରେ ୫ ରାଜ୍ୟସଭା ସାଂସଦ

ଭୋଟ ମଇଦାନରେ  ୫  ରାଜ୍ୟସଭା ସାଂସଦ
ଭୁବନେଶ୍ୱର: ଏଥର ଭୋଟ ମଇଦାନକୁ ଓହ୍ଳାଇବେ ୫ ରାଜ୍ୟସଭା ସାଂସଦ । ମାଳମାଳ ଆଶାୟୀ ଓ ଜୋରଦାର ଲବିକୁ ପରୱା ନ କରି ନବୀନ ଖେଳିଛନ୍ତି ସସପେନ୍ସ ଭରା କାର୍ଡ । ୨ଜଣ ରାଜ୍ୟସଭା ସାଂସଦ ବିଧାନସଭା ପାଇଁ ଓ ତିନି ଜଣ ଲୋକସଭା ପାଇଁ ନିର୍ବାଚନ ଲଢିବେ । ନବୀନ ଏମିତି ନିଷ୍ପତି କାହିଁକି ନେଲେ ତାହା କେହି ବୁଝିପାରୁନାହାନ୍ତି । ଦଳରେ ନା ଆଶାୟୀ ଅଭାବ ଥିଲେ ନା ଏମିତି କିଛି ଆକାଳନ କରାଯାଉଥିଲା? ମାତ୍ର ଏମିତି ନିଷ୍ପତି ଦେଇ ବିରୋଧୀ ଓ ଆଶୟୀଙ୍କୁ ଚମକାଇ ଦେଇଛନ୍ତି ନବୀନ । ଚଳିତ ନିର୍ବାଚନରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବରଗଡ ଲୋକସଭା ଆସନ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି । କନ୍ଧମାଳ ଲୋକସଭା ଆସନରେ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିଛି ବିଜେଡି । କେନ୍ଦ୍ରପଡା ଲୋକସଭା ମଇଦାନରେ ଓହ୍ଲାଇଛନ୍ତି ଅଭିନେତା ଅନୁଭବ ମହାନ୍ତି । ଆଳି ବିଧାନସଭା କ୍ଷେତ୍ରରେ ପ୍ରତାପ କେଶରୀ ଦେବ ପ୍ରାର୍ଥୀ ହୋଇଥିବାବେଳେ ଖଣ୍ଡପଡା ବିଧାନସଭା ଆସନ ପାଇଁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନାମ ଘୋଷଣା କରିଛନ୍ତି ନବୀନ । ଗତବର୍ଷ ଉଭୟଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୩ରେ ସରିବ । କିନ୍ତୁ ସବୁ କଳ୍ପନାଜଳ୍ପନାକୁ ଭୁଲ ପ୍ରମାଣିତ କରି ନବୀନ ଏହି ଦୁଇ ସାଂସଦକୁ ବିଧାନସଭା ମଇଦାନରେ ଓହ୍ଳାଇଛନ୍ତି । ସେହିପରି ପ୍ରସନ୍ନ ଓ ପ୍ରତାପଙ୍କ ରାଜ୍ୟସଭା କାର୍ଯ୍ୟକାଳ ସରିବ ୨୦୨୨ ଜୁଲାଇ ୧ରେ । ହେଲେ ପ୍ରସନ୍ନ ଏବେ ବରଗଡ ଲୋକସଭା ମଇଦାନରେ ଲଢୁଛନ୍ତି । ଆଉ ପ୍ରତାପ ନିଜର ପୁରୁଣା ଆସନ ଆଳିରୁ ଲଢିବେ । ସେହିପରି ଅନୁଭବଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୨୦ ଏପ୍ରିଲ ପର୍ଯ୍ୟନ୍ତ ଅଛି । ଅନୁଭବ ଏବେ କେନ୍ଦ୍ରପଡା ଲୋକସଭା ମଇଦାନରେ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଲଢୁଛନ୍ତି ।