ଭୋଟ୍‌ ପୂର୍ବରୁ ପରୀକ୍ଷା ଦେଲେ ପ୍ରାର୍ଥୀ

ଭୋଟ୍‌ ପୂର୍ବରୁ ପରୀକ୍ଷା ଦେଲେ ପ୍ରାର୍ଥୀ

ଭୋଟ୍‌ ପୂର୍ବରୁ ପରୀକ୍ଷା ଦେଲେ ପ୍ରାର୍ଥୀ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ମାଲୁପଡ଼ା ଗାଁରେ ସରପଞ୍ଚ ପ୍ରାର୍ଥୀମାନେ ଲିଖିତ ପରୀକ୍ଷା ଦେଇଥିବା ଖବର ଗତ ସପ୍ତାହରେ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ପୁଣି ଜିଲ୍ଲାରୁ ଆସିଛି ଆଉ ଏକ ଖବର। ହେମଗିର ବ୍ଲକ୍ ମୁଣ୍ଡେରକ୍ଷେତ ପଞ୍ଚାୟତରେ ଜଣେ ସରପଞ୍ଚ ଓ ୫ ଜଣ ସମିତି ସଭ୍ୟ ପ୍ରାର୍ଥୀ ଲିଖିତ ଓ ମୌଖିକ ପରୀକ୍ଷା ଦେଇଛନ୍ତି।ଇୟଗ୍ଦ ଭଚ୍ଚ

ମୁଣ୍ଡେରକ୍ଷେତ ପଞ୍ଚାୟତର ‘ଓଁ ଶିବାୟ କ୍ଲବ୍‘ ଜନମଞ୍ଚ ଆୟୋଜନ କରି ନିର୍ବାଚନ ଲଢ଼ୁଥିବା ପଞ୍ଚାୟତର ସମସ୍ତ ୫ ସରପଞ୍ଚ ଓ ୯ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଡାକିଥିଲା। ତେବେ ଏଥିରେ କେବଳ ଜଣେ ସରପଞ୍ଚ ପ୍ରାର୍ଥୀ ଓ ୫ ଜଣ ସମିତି ସଭ୍ୟ ପ୍ରାର୍ଥୀ ଉପସ୍ଥିତ ହୋଇଥିଲେ ପ୍ରଥମେ ଭୋଟର ମାନେ ବିଭିନ୍ନ ପ୍ରଶ୍ନ କରିଥିଲେ ଓ ପ୍ରାର୍ଥୀମାନେ ସେଗୁଡ଼ିକର ଉତ୍ତର ଦେଇଥିଲେ। ଏହା ପରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଟାଣରେ ବସି ପ୍ରାର୍ଥୀମାନେ ଏହି ପରୀକ୍ଷା ଦେଇଥିଲେ।

ଲିଖିତ ପରୀକ୍ଷାରେ ପ୍ରଶ୍ନଗୁଡ଼ିକ ମଧ୍ୟରେ ଥିଲା- ସମିତି ସଭ୍ୟର କାର୍ୟ୍ୟ କ’ଣ ? ସମିତି ସଭ୍ୟ ଭାବେ ଜିତିଲେ ୫ ବର୍ଷ ପଞ୍ଚାୟତ ପାଇଁ କ’ଣ କରିବେ? ଆଦର୍ଶ ପଞ୍ଚାୟତର ରୂପରେଖ କ’ଣ? କେଉଁଥିପାଇଁ ଆପଣ ଏହି ପଦବୀରେ ଛିଡ଼ା ହେଲେ ? ଗତ ସରପଞ୍ଚ ଓ ସମିତିସଭ୍ୟଙ୍କ କାର୍ୟ୍ୟକଳାପ ସମ୍ପର୍କରେ କୁହନ୍ତୁ। ମୁଣ୍ଡେରକ୍ଷେତ ପଞ୍ଚାୟତ ସରକାରଙ୍କ ଉନ୍ନୟନ ମୂଳକ ଯୋଜନାର ଲାଭ ପାଉଛି କି? ଯଦି ହଁ, ତେବେ ସେଥିମଧ୍ୟରୁ ୧୦ଟି ଯୋଜନା ଉଲ୍ଲେଖ କରନ୍ତୁ। ପ୍ରାର୍ଥୀମାନେ ଏସବୁ ପ୍ରଶ୍ନର ଉତ୍ତର ରଖିଥିଲେ।

ପ୍ରାର୍ଥୀମାନେ ଦେଇଥିବା ଉତ୍ତରକୁ ସମସ୍ତଙ୍କ ସାମ୍ନାରେ ପାଠ କରାଯାଇଥିଲା । କେବଳ ସେତିକି ନୁହେଁ, ଉତ୍ତର ଖାତାର କପି ଚାହିଁଲେ ଯେକେହି ଯେପରି ନେଇ ପାରିବେ ତା’ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଜନମଞ୍ଚରେ ପ୍ରାର୍ଥୀଙ୍କ ମୌଖିକ ଉତ୍ତର ସାଙ୍ଗକୁ ଲିଖିତ ପରୀକ୍ଷାର ଉତ୍ତରକୁ ବିଚାରକୁ ନେଇ ଲୋକେ ସେମାନଙ୍କ ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀ ବାଛିବେ ବୋଲି ଚର୍ଚ୍ଚା ହେଉଛି।