ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ
ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ
ମାଲକାନଗିରି : ଭିଜିଲାନ୍ସ ପଞ୍ଝା ଏବେ ମେଲିବାରେ ଲାଗିଛି। ପ୍ରାୟ ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନସ ହାବୁଡ଼ରେ ପଡ଼ୁଛନ୍ତି। ଆୟ ବହିର୍ଭୂତ୍ତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ ଏମ. ଆନନ୍ଦ ରାଓଙ୍କ ଘର ଓ ଅଫିସରେ ଚଢାଉ କରିଛି ଭିଜିଲାନ୍ସ ଟିମ୍। ବାସଭବନ ସହ ସରକାରୀ କାର୍ୟ୍ୟାଳୟରେ ଚାଲିଛି ଭିଜିଲାନ୍ସର ରେଡ୍। ଏଥିସହିତ ନବରଙ୍ଗପୁରରେ ପୈତୃକ ଘର ସହ ବିଶାଖାପାଟଣାରେ ମଧ୍ୟ ଚଢାଉ ସୂଚନା ମିଳିଛି। ଚଢାଉ ବେଳେ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ସହ ଘରୁ ନଗଦ ଟଙ୍କା ସହ ସୁନା ଗହଣା ମିଳିଥିବା ନେଇ ସୂଚନା ମିଳିଛି ।
ସୂଚନା ମୁତାବିକ,ସକାଳେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ ଏମ୍. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପରେ ଏହି ରୋଡ଼ କରାଯାଇଛି। ମାଲକାନଗିରିସ୍ଥିତ ଅଫିସ ସମେତ ସରକାରୀ ବାସଭବନରେ ଚଢାଉ ଜାରି ରହିଛି । ଚଢ଼ଉରେ ୪ଟି ଟିମ୍ ସାମିଲ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଘରୁ କିଛି ନଗଦ ଟଙ୍କା ସହ ସୁନା ଗହଣା ଠାବହୋଇଥିବା ସୂଚନା ମିଳିଛି । ଏବେବି ଜାରି ରହିଛି ଚଢାଉ । ତେବେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ସବିଶେଷ ତଥ୍ୟ ହାସଲ ହୋଇନାହିଁ ।




admin 