ଭାରତ ଫେରିବେ ଚୋକସି

ଭାରତ ଫେରିବେ ଚୋକସି

ଭାରତ ଫେରିବେ ଚୋକସି
ନୂଆଦିଲ୍ଲୀ: ଭାରତ ଫେରିପାରନ୍ତି ଅଭିଯୁକ୍ତ ବ୍ୟବସାୟୀ ମେହୁଲ ଚୋକସି । ଚୋକସିଙ୍କ ନାଗରିକତା ରଦ୍ଦ କରିବାକୁ ଆଂଟିଗୁଆ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଭାରତର ଚାପ ଆଗରେ ଆଂଟିଗୁଆ ମୁଣ୍ଡ ନୂଆଁଇଲା । ୧୪ ହଜାର କୋଟି ଟଙ୍କା ନେଇ ଫେରାର୍ ଥିଲା ମେହୁଲ ଚୋକସି । ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ସମ୍ପର୍କୀୟ ହେଉଛନ୍ତି ମେହୁଲ ଚୋକସି । ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ବ୍ରାଉନଙ୍କ ସୂଚନା ଅନୁସାରେ, ମେହୁଲ ଚୋକ୍‌ସୀଙ୍କୁ ପ୍ରଥମେ ଏଠାକାର ନାଗରିକତା ମିଳିଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ରଦ୍ଦ କରାଯାଉଛି ଏବଂ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବ। ଆମେ ଏଭଳି କୌଣସି ବ୍ୟକ୍ତିକୁ ନିଜ ଦେଶରେ ରଖିବୁ ନାହିଁ, ଯେଉଁମାନଙ୍କ ଉପରେ କୌଣସି ଅଭିଯୋଗ ରହିଥିବ ବୋଲି ବ୍ରାଉନ କହିଛନ୍ତି। ସେ ଆହୁରି କହିଛନ୍ତି, ବତ୍ତର୍ମାନ ମେହୁଲ ଚୋକ୍‌ସୀଙ୍କ ସମ୍ପର୍କିତ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏଥିପାଇଁ ଆମକୁ ସମସ୍ତ ପ୍ରକ୍ରିୟା ପାଳନ କରିବାକୁ ପଡ଼ିବ। ଏ ନେଇ ଆମେ ଭାରତ ସରକାରଙ୍କୁ ଅବଗତ କରାଇ ଦିଆଯାଇଛି।