ଭାରତୀୟ ବଜାରରେ କେଆଇଏର ନୂତନ ଏସୟୁଭି

ଭାରତୀୟ ବଜାରରେ କେଆଇଏର ନୂତନ ଏସୟୁଭି

ଭାରତୀୟ ବଜାରରେ କେଆଇଏର ନୂତନ ଏସୟୁଭି
ମୁମ୍ବାଇ : ଭାରତୀୟ ବଜାରରେ କେଆଇଏ ମୋଟର୍ସ ପକ୍ଷରୁ ଏକ ନୂତନ ଏସୟୁଭି କାର ଲଞ୍ଚ କରାଯାଇଛି । ଭାରତୀୟ ବଜାରରେ ଏହା କେଆଇଏର ତୃତୀୟ କାର୍ । ସୋନେଟ୍ ନାମରେ ନାମିତ କାର୍ଟି ଭାରତୀୟ ବଜାରରେ ହ୍ୟୁଣ୍ଡାଇ ଭେନ୍ୟୁ, ଭିଟାରା ବ୍ରେଜ୍ଜା ଏବଂ ଟାଟା ନିକ୍ସନ୍ ସହିତ ପ୍ରତିଦ୍ୱନ୍ଦିତା କରିବ । କାରର ମୂଲ୍ୟ ସମ୍ପର୍କରେ ଘୋଷଣା କରାଯାଇନଥିବା ବେଳେ ଖୁବ ଶୀଘ୍ର ଏ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରାଯିବ । ଏହି ଏସୟୁଭିର ଡିଜାଇନ୍ ଅନନ୍ୟ ରହିଥିବା ବେଳେ ଏଥିରେ ଡିଆରଏଲ ଏଲଇଡି ବ୍ୟବହାର କରାଯାଇଛି । ଏହି କାର୍ଟିରେ ୧.୨ ଲିଟରର ପେଟ୍ରୋଲ ଇଞ୍ଜିନ୍ ଏବଂ ୧.୫ ଲିଟରର ଡିଜେଲ ଇଞ୍ଜିନ ବ୍ୟବହୃତ ହୋଇଛି । ଏହି କାର୍ରେ ୬ ସ୍ପିଡ୍ର ମାନୁଆଲ୍ ଗିଅର୍ ସହିତ ଡୁଆଲ୍ କ୍ଲଚର ବ୍ୟବସ୍ଥା ରହିଛି ।