ଭାରତର ହରନାଜ ସାନ୍ଧୁ ବ୍ରହ୍ମାଣ୍ଡ ସୁନ୍ଦରୀ

ଭାରତର ହରନାଜ ସାନ୍ଧୁ ବ୍ରହ୍ମାଣ୍ଡ ସୁନ୍ଦରୀ

ଭାରତର ହରନାଜ ସାନ୍ଧୁ ବ୍ରହ୍ମାଣ୍ଡ ସୁନ୍ଦରୀ

ମୁମ୍ବାଇ: ଭାରତର ହରନାଜ ସାନ୍ଧୁ ୨୦୨୧ ମସିହା ବ୍ରାହ୍ମଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ମୁକୁଟ ଜିତିଛନ୍ତି। ଦୀର୍ଘ ୨୧ ବର୍ଷ ପରେ ଭାରତକୁ ଫେରିଛି ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ।  ଇସ୍ରାଏଲର ଇଲାଟରେ ଅନୁଷ୍ଠିତ ୭୦ତମ ମିସ୍ ୟୁନିଭର୍ସରେ ହାରନାଜ ପ୍ରାୟ ୮୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ଶେଷଥର ପାଇଁ ୨୦୦୦ ମସିହାରେ ବିଲଉଡ ଅଭିନେତ୍ରୀ ଲାରା ଦତ୍ତା ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ଜିତିଥିଲେ। ସେହିପରି ୧୯୯୪ରେ ସୁସ୍ମିତା ସେନ ମିସ ୟୁନଭର୍ସ ହୋଇଥିଲେ। ଏବେ ଏହି ତାଲିକାରେ ଏବେ ହରନାଜ ସାନ୍ଧୁ ଯୋଡ଼ି ହୋଇଯାଇଛନ୍ତି।

ପଞ୍ଜାବର ୨୧ ବର୍ଷୀୟ ହରନାଜଙ୍କୁ ଫାଇନାଲ ରାଉଣ୍ଡରେ ପାରାଗୁୟେ ଓ ଦକ୍ଷିଣ ଆଫ୍ରିକାର ପ୍ରତିଯୋଗୀ ବେଶ ଚ୍ୟାଲେଞ୍ଜ ଦେଇଥିଲେ। ତେବେ ଶେଷ ମୁହୂର୍ତ୍ତରେ ହରନାଜ ମୁକୁଟ ହାତେଇବାକୁ ସକ୍ଷମ ହୋଇଛନ୍ତି। ତାଙ୍କୁ ୨୦୨୦ର ମିସ୍ ୟୁନିଭର୍ସ ମେକ୍ସିକୋର ଆଣ୍ଡ୍ରେଆ ମେଜା ବିଜୟ ମୁକୁଟ ପିନ୍ଧାଇଛନ୍ତି। ଏକାଧିକ ପଞ୍ଜାବୀ ଫିଲ୍କରେ ଅଭିନୟ କରିଥିବା ହରନାଜ ଫେମିନା ମିସ୍ ଇଣ୍ଡିଆ ପଞ୍ଜାବ ଭଳି ଅନେକ ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ।

ମାତ୍ର ୧୭ ବର୍ଷ ବୟସରେ ହରନାଜ ମଡେଲିଂ କରିବା ଆରମ୍ଭ କରିଥିଲେ। ସେ ୨୦୨୧ ମିସ୍ ଡିଭା, ଫେମିନା ମିସ ଇଣ୍ଡିଆ ପଞ୍ଜାବ ୨୦୧୯ ଟ୍ରଫି ଜିତିଛନ୍ତି। ସେହିପରି ୨୦୧୯ ଫେମିନା ମିସ୍ ଇଣ୍ଡିଆର ଟପ୍ ୧୨ରେ ମଧ୍ୟ ସେ ସ୍ଥାନ ପାଇଥିଲେ।