ଭାରତର ପ୍ରଥମ ଭୋଟରଙ୍କ ପରଲୋକ

ଭାରତର ପ୍ରଥମ ଭୋଟରଙ୍କ ପରଲୋକ

ଭାରତର ପ୍ରଥମ ଭୋଟରଙ୍କ ପରଲୋକ


ନୂଆଦିଲ୍ଲୀ: ଆଖି ବୁଜିଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ସରଣ ନେଗୀ । ଜୀବନର ଶେଷ ଭୋଟ ଦେବାର ୨ ଦିନ ପରେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ୧୦୬ ବର୍ଷୀୟ ନେଗୀ ।ଆସନ୍ତା ୧୨ ତାରିଖରେ ହେବାକୁ ଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ଗତ ୨ ତାରିଖରେ ପୋଷ୍ଟାଲ ବାଲାଟରେ ନିଜ ଭୋଟଦାନ କରିଥିଲେ ନେଗୀ । ନିଜେ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେବାକୁ ଇଚ୍ଛୁକ ଥିଲେ ଏହି ବୟସ୍କ ଭୋଟର । ମାତ୍ର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ପୋଷ୍ଟାଲ ବାଲାଟରେ ତାଙ୍କ ଭୋଟଦାନ ବ୍ୟବସ୍ଥା କରାଯାଇଥିଲା।ଏଥିନିମନ୍ତେ ନେଗୀଙ୍କ ଘରେ ରେଡ କାର୍ପେଟ ବିଛାଯିବା ସହ ତାଙ୍କ ଭୋଟଦାନର ବ୍ୟବସ୍ଥା କରାଯାଇଥିଲା। ଏହାପରେ ଜିଲ୍ଲା ନିର୍ବାଚନ ଅଧିକାରୀ ତାଙ୍କୁ ସମ୍ମାନିତ କରିଥିଲେ। ନେଗୀ ନିଜ ଜୀବନକାଳରେ ୩୩ ଥର ଭୋଟଦାନ କରିଛନ୍ତି।
ନେଗୀଙ୍କ ଶେଷକୃତ ସମ୍ପନ୍ନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଏଥିସହ ସମ୍ମାନପୂର୍ବକ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ,  ଜୁଲାଇ ୧୯୧୭ରେ ଜନ୍ମିତ ଶ୍ୟାମ ସରଣ ନେଗୀ ୧୯୫୧ରେ ସ୍ୱାଧୀନ ଭାରତରେ ପ୍ରଥମ ଭୋଟ ଦେଇଥିଲେ।