ଭାଇର ଠେଙ୍ଗାମାଡ଼ରେ ଭାଇ ମୃତ

ଭାଇର ଠେଙ୍ଗାମାଡ଼ରେ ଭାଇ ମୃତ

ଭାଇର ଠେଙ୍ଗାମାଡ଼ରେ ଭାଇ ମୃତ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ସାନ ଭାଇର ଠେଙ୍ଗା ମାଡରେ ବଡ଼ ଭାଇ ର ମୃତ୍ୟୁ ଅଭିଯୋଗ ହୋଇଛି । ଡାବୁଗାଁ ଥାନା ଅନ୍ତର୍ଗତ କେରଣ୍ଡି ଗ୍ରାମର ସାନ ଭାଇ କହ୍ନେୟା ମାଝୀ ଙ୍କ ଠେଙ୍ଗାରେ ଆକ୍ରମଣରେ ବଡ ଭାଇ ତୁଳା ରାମ ମାଝୀ ଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ, ଘରୋଇ କଳହକୁ ନେଇ ନିଜ ସମ୍ପର୍କୀୟ ସାନ ଭାଇ ଙ୍କ ସହ ବଡ଼ ଭାଇ ଙ୍କ ମଧ୍ୟରେ ବଚସା ହୋଇଥିଲା ।ଯାହାଫଳରେ ଫଳରେ ସାନ ଭାଇ ଉତ୍ୟକ୍ତ ହୋଇ ଏକ ଠେଙ୍ଗା ସାହାଯ୍ୟରେ ମୁଣ୍ଡରେ ଆଘାତ ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ତୁଲାରାମ କୁ ପ୍ରଥମେ ଡାବୁଗାଁ ମେଡିକାଲ ଓ ପରେ ନବରଙ୍ଗପୁର ମେଡିକାଲକୁ ଅଣାଯାଇଥିଲା । ତେବେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା ।