ବ୍ରିଜ୍‌ରୁ ବସ୍‌ ଖସି ୭ ମୃତ

ବ୍ରିଜ୍‌ରୁ ବସ୍‌ ଖସି ୭ ମୃତ

ବ୍ରିଜ୍‌ରୁ ବସ୍‌ ଖସି ୭ ମୃତ

ରାଞ୍ଚି: ଝାରଖଣ୍ଡର ହଜାରିବାଗ ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି। ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ତଳକୁ ଖସି ପଡ଼ିଛି। ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ପ୍ରାୟ ୨୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।
ଏସପି ମନୋଜ ରତନ ଛୋଟେ କହିଛନ୍ତି ଯେ ବସ୍‌ଟି ଯାତ୍ରୀଙ୍କୁ ଧରି ଗିରିଧି ଜିଲ୍ଲାରୁ ଆସୁଥିଲା। କିନ୍ତୁ ତାତିଝରିଆ ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ସିୱାନେ ନଦୀର ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ବସ ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଫଳରେ ବସ୍‌ଟି ବ୍ରିଜ୍‌ରେ ଲାଗିଥିବା ଲୁହା ରେଲିଂରେ ପିଟି ହୋଇ ସିଧା ତଳକୁ ଖସି ପଡ଼ିଥିଲା। ତେବେ ବସ୍‌ଟି ନଦୀ ଭିତରେ ନୁହେଁ ବରଂ ଶୁଖିଲା ସ୍ଥାନରେ ପଡ଼ିଥିଲା।
ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଜଣ ଆଖିବୁଜିଛନ୍ତି। ଅନେକ ଆହତଙ୍କ ଅବସ୍ଥା ସଙ୍କାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଦୁର୍ଘଟଣାରେ ବସ୍‌ଟି ପୂରା ଛିନଛତ୍ର ହୋଇ ଯାଇଛି।