ବ୍ରଣ ହେଉଥିଲେ ହାତ ଆଦୌ ଲଗାନ୍ତୁନି
ବ୍ରଣ ହେଉଥିଲେ ହାତ ଆଦୌ ଲଗାନ୍ତୁନି
ବ୍ରଣ ହୋଇଥିଲେ, ହାତ ଆଦୌ ଲଗାନ୍ତୁନି। ହାତ ଲଗାଇଲେ ଦାଗ ହୋଇପାରେ।
ବ୍ରଣ ଉପରେ ବରଫ ବାରମ୍ବାର ଲଗାନ୍ତୁ। ବ୍ରଣକୁ ଶୀଘ୍ର ଦବାଇବାକୁ ଚାହୁଁଥିଲେ, ଦିନରେ ଅତିକମ୍ରେ ୩୦-୪୦ଥର ବରଫର ଉପଚାର କରିଲେ ଲାଭ ମିଳେ।
ଲେମ୍ବୁ ରସର ଚମତ୍କାରୀ ତତ୍ତ୍ବ ମଧ୍ୟ ବ୍ରଣରୁ ରକ୍ଷା କରେ। ଲେମ୍ବୁ ରସ ଲଗାଇ ୧୦ ମିନିଟ୍ ପରେ ତ୍ବଚା ଧୋଇନେବେ।
ମହୁକୁ ତ୍ବଚାରେ ଲଗାଇ ନଖ ଉଷୁମ ପାଣିରେ ୨୦ ମିନିଟ୍ ପରେ ଧୋଇନିଅନ୍ତୁ। – ନିୟମିତ ତୁଳସୀ ପତ୍ର ଗୁଣ୍ଡ ୧ ଚାମଚ ଓ ମହୁ ମିଶାଇ ପ୍ୟାକ୍ ଭଳି ତ୍ବଚାରେ ଲଗାଇବେ। ବ୍ରଣ ଓ ଦାଗ ଉଭୟ ଦୂରେଇଯିବ।
ଘି-କୁଆଁରୀ ରସରେ ଗୋଲାପ ଜଳ ମିଶାଇ ତ୍ବଚା ଉପରେ ଲଗାଇଲେ ଭଲ ପ୍ରଭାବ ମିଳେ। ସପ୍ତାହରେ ୨-୩ଥର ଏଇ ରସକୁ ଲଗାଇଲେ ବ୍ରଣ କମ୍ ହୁଏ।




admin 